ଓ୍ବାନ ଫେମିଲି ଓ୍ବାନ ଟିକେଟ; ନିଜେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଉଛି କଂଗ୍ରେସ

ଭୁବନେଶ୍ୱର: ନିଜେ ଦେଇଥିବା ପ୍ରତିଶ୍ରୁତି ନିଜେ ଭୁଲି ଯାଉଛି କଂଗ୍ରେସ । ଓ୍ବାନ ଫେମିଲି ଓ୍ବାନ ଟିକେଟ, କଂଗ୍ରେସର ମାନଦଣ୍ଡ ଥିବା ବେଳେ କଳାହାଣ୍ଡିରେ ଏହାର ବ୍ୟତିକ୍ରମ ଦେଖବାକୁ ମିଳିଥିବା ଅଭିଯୋଗ ହୋଇଛି । ଏନେଇ ନୂଆ ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲା ଆଶାୟୀ ଧାରଣା ଦେଇଛନ୍ତି । `ଓ୍ବି ଓ୍ବାଣ୍ଟ ଜଷ୍ଟିସ’ ନାରାରେ କଂଗ୍ରେସ ଭବନରେ ବିରୋଧ କରିଛନ୍ତି ଆଶାୟୀ ।

କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପରିବାରକୁ ଦୁଇଟି ଟିକେଟ କିଭଳି ମିଳୁଛି ବୋଲି ପ୍ରଶ୍ନ କରିଛନ୍ତି ଧାରଣାରତ ଆଶାୟୀ । ପ୍ଲା କାର୍ଡରେ କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କୁ ବିରୋଧ କରିଛନ୍ତି। ତାଙ୍କ ବିରୋଧ ରେ ନାରା ଦେଇଛନ୍ତି ଆଶାୟୀ । କଳାହାଣ୍ଡି ଜିଲ୍ଲାର ନର୍ଲାରୁ ଭକ୍ତଙ୍କୁ ଟିକେଟ ମିଳୁଥିବା ଶୁଣା ଯାଉଥିବାବେଳେ ତାଙ୍କ ପୁଅ ସାଗର ଚରଣ ଦାସ ଭବାନୀପାଟଣାରୁ ଲଢ଼ିବେ । ତେବେ ସାଧାରଣ କଂଗ୍ରେସ କର୍ମୀ କୁଆଡେ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପାଇଁ ବାପା ଦାଦା ଅମଳରୁ ଆମେ କରିଛି । ଟିକେଟ ପାଇବା ଆମ ହକ । ତଥାପି ଆମକୁ ଟିକେଟ ମିଳୁନି କିନ୍ତୁ ଦଳ ଡିଆଁଙ୍କୁ ଟିକେଟ ମିଳୁଥିବା ଅଭିଯୋଗ କରିଛନ୍ତି ଆଶାୟୀ ।