ଗଣେଶ ମେଢ ନେବାବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ

ଯାଜପୁର: ଗଣେଶ ମେଢ ନେବାବେଳେ ଅଘଟଣ । ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ, ୩ ଗୁରୁତର । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଅଘଟଣ । ୮ ଜଣ ଯୁବକ ଟ୍ରାକ୍ଟରରେ ଗଣେଶ ମେଢ ନେଇ ଯାଉଥିବାବେଳେ ବାଲିବିଲ ନିକଟରେ ଉପର ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଥିଲା । ଫଳରେ ଟ୍ରାକ୍ଟରରୁ କିଛି ଯୁବକ ଛିଟିକ ପଡ଼ିଥିଲେ । ଆହତଙ୍କ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠରେ ଢି଼ଅ ବାରିଙ୍ଗି ଗ୍ରାମର ସମୀର ରାଉତଙ୍କ ମୃତ୍ୟୁ ହୋଇଥିଲା ।

ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧୀନ ଘଣ୍ଟେଶ୍ୱର ବଜାରରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ଆଘାତରେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଲକ୍ଷ୍ମୀଧର ବେହେରାଙ୍କ ପୁଅ ମାନସ ବେହେରା । ଗୁରୁତର ଶ୍ରୀକାନ୍ତ ଦାସଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଘର ଘଣ୍ଟେଶ୍ବର ବାଲିପଦା ।