ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଳାବାଜ ଗାଁରେ ଅଘଟଣ, ବାସି ଖିରି ଖାଇ ଜଣେ ମୃତ

1 min read

ବାଲେଶ୍ୱର: ବାସି ଖିରି ଭୋଗ ଖାଇ ଜଣେ ମୃତ, ୧୫ ଅସୁସ୍ଥ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଳାବାଜ ଗାଁରେ ଅଘଟଣ । ଗତକାଲି ତାଳକୁରୁଣିଆ ଗାଁରେ ରଥଯାତ୍ରାରେ ଠାକୁରଙ୍କର ଖିରି ଭୋଗ ହୋଇଥିଲା l ସେହି ଖିରି ଭୋଗକୁ ଆଜି କିଛି ଲୋକ ଖାଇବା ସହିତ ବନ୍ଧୁବାନ୍ଧବଙ୍କ ଘରକୁ ପଠାଇଥିଲେ । ଖିରି ଖାଇବା ପରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

୧୬ ଜଣ ଗୋପାଳପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ l ୨ଗୁରୁତରଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୬୩ ବର୍ଷିୟା ନୀଳମଣି ସାହୁ l ଏବେ ୭ଜଣ ଗୋପାଳପୁର ଡାକ୍ତରଖାନାରେ ଓ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗାଁରେ ଏକ ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ଲୋକଙ୍କର ଚିକିତ୍ସା କରୁଛି ।