ବିଷାକ୍ତ ଛତୁ ଖାଇ ଜଣେ ମୃତ, ୩ଜଣ ଗୁରୁତର

ସମ୍ବଲପୁର: ବିଷାକ୍ତ ଛତୁ ନେଲା ଜୀବନ । ଜଙ୍ଗଲରୁ ଛତୁ ଆଣି ଖାଇବା ପରେ ଜଣଙ୍କର ମୃତ୍ୟୁ ହେବାସହ ୩ ଜଣ ଗୁରୁତର ହୋଇଛନ୍ତି । ୩ଜଣ ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି । ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଖତ ହୀରାଲୋଇ କାଙ୍କଧର ଗାଁରେ ଏହି ଦୁଃଖଦାୟକ ଘଟଣା ଘଟିଛି । ହୀରାଲୋଇ କାଙ୍କଧର ଗାଁର ରମେଶ ଲୁଗୁନ ଜଙ୍ଗଲରୁ ଛତୁ ସଂଗ୍ରହ କରି ତରକାରୀ କରିଥିଲେ ।

ପତ୍ନୀଙ୍କ ସହ ରମେଶ ଖାଇବା ପରେ କିଛି ତରକାରୀ ପଡ଼ୋଶୀ ପ୍ରଫୁଲ୍ଲ ବାର୍ଲାଙ୍କ ଦୁଇପୁଅଙ୍କୁ ଖାଇବାକୁ ଦେଇଥିଲେ । ଖାଇବା ପରେ ଦୁଇଶିଶୁଙ୍କର ବାନ୍ତି ହୋଇଥିଲା । ସେମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତୁ ରମେଶ ଲୁଗୁନ  ପ୍ରାଣ ହରାଇଛନ୍ତି । ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି ।

Leave a Reply