spot_img

Latest Posts

ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ

ଯାଜପୁର: NH 16 ମକ ନିକଟ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଅଂଚଳର ସେକ ସେମେଦ ଆଜାଦ । ତିନି ଜଣ ମହିଳା ଗୁରୁତର ଅଛନ୍ତି । ଆମ୍ବୁଲାନ୍ସଟି ମେଦିନୀପୁରରୁ ଭୁବନେଶ୍ୱର ହାଇଟେକ ମେଡିକାଲ ଯାଉଥିଲା ।

ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ପାଖରେ ଛିଡା ହୋଇଥିବା ଏକ ଡମ୍ପରକୁ ଧକା ଦେଇଥିଲା।

ଯାହା ଫଳରେ ଆମ୍ବୁଲାନ୍ସରେ ଥିବା ଚାରି ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ମେଡିକାଲରେ ଭର୍ତି କରିଛି। ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ।

Latest Posts

Don't Miss