spot_img

Latest Posts

ମା’ଙ୍କ ଭସାଣିରେ ଛୁରାମାଡ; ନାବଳକ ମୃତ

ନବରଙ୍ଗପୁର: ମା’ଙ୍କ ଭସାଣି ହେଲା ଶେଷ ଭସାଣି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭିତରେ ବଳିପଡିଗଲା ନିରୀହ ନାବାଳକର ଜୀବନ । ନବରଙ୍ଗପୁରରେ ମା’ଙ୍କ ଭସାଣି ବେଳେ ଉତ୍ତେଜନା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଛୁରା ମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ମୃତ ଅନ୍ଯ ଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ଉତ୍ତେଜନା ହୋଇଥିଲା । ତେବେ ଉଗ୍ର ରୂପ ନେଇ ଗଣ୍ଡଗୋଳ ହୋଇଥିଲା।

ଛୁରା ମାଡ଼ରେ ଗୋଟିଏ ଗୋଷ୍ଠୀର ଦୁଇ ନାବାଳକ ଦଣ୍ଡସି ସାହିର କିରଣ ଗଦବା ଓ ତେଜାବ ହରିଜନ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ନାବାଳକ କିରଣ ଗଦବାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେଜାବଙ୍କ ଚିକିତ୍ସା ଚାଲିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ୮ ରୁ ୧୦ କୁ ଅଟକ ରଖି ପଚରାଉଚରା କରୁଛି  ।

Latest Posts

Don't Miss