ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ; ଜଣେ ମୃତ, ୮ ଆହତ
1 min readଭଦ୍ରକ/ଢେଙ୍କାନାଳ/ଟାଙ୍ଗୀ/ଭଞ୍ଜନଗର: ଟିକିଏ ଅସାବଧାନତା ଦୀପାବଳିରେ ଆଣି ଦେଇଛି ଦୁଃଖ । ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ ବେଳେ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।
ଭଦ୍ରକ ବାସୁଦେବପୁର ପଦ୍ମପୁରରେ ଲିଚୁ ଲାଇଟ୍ ଲଗାଇବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ସନ୍ଧ୍ୟାରେ ପ୍ରକାଶ ଚନ୍ଦ୍ର ଓଝା ଘରେ ଲିଚୁ ଲଗାଉ ଥିବାବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସେ ଅଚେତ୍ ହୋଇ ପଡ଼ି ଯାଇଥିଲେ । ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସୟାଳୟକୁ ନିଆ ଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଗାଁରେ ୩ ବର୍ଷର ଶିଶୁ ହାତରେ ବାଣ ଫୁଟି ଯାଇ ୩ଟି ଆଙ୍ଗୁଳି ନଷ୍ଟ ହୋଇଯାଇଛି । ତାକୁ ଭଦ୍ରକ ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅର୍ଣ୍ଣପାଳ ଭଟ୍ଟପୁର ଗାଁରେ ସମାନ ଘଟଣାରେ ପପୁ ଦାସ ଙ୍କର ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି ।
ଢେଙ୍କାନାଳରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ କାମାକ୍ଷାନଗରରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ଗାଁରେ ବାଣ ଫୁଟାଇବା ବେଳେ ଜଣେ ଆହତ ହୋଇଛି । ଗୁରୁତର ଆହତ ଜଗା ବେହେରାଙ୍କ ଡାହାଣ ହାତ ଆଙ୍ଗୁଠି ଉଡ଼ି ଯାଇଛି । ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନସୋରଡ଼ା ଗାଁ ନିକଟରେ ଦୀପରୁ ନିଆଁରୁ ଅଗ୍ନିକାଣ୍ଡ ଘଟିଛି । ଦୋକାନ ଘରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ଆୟତ୍ତ କରିଛି । ')}