ମାଛ ଚୋରିକୁ କେନ୍ଦ୍ର କରି ଫୁଟିଲା ଗୁଳି; ଜଣେ ମୃତ ଓ ୪ ଗୁରୁତର

କୋଲକାତା: ମାଛ ଚୋରିକୁ କେନ୍ଦ୍ର କରି ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗ ସାଗରପଡା ଅଞ୍ଚଳର ଚାଇପଡାରେ।

ସେହି ଅଞ୍ଚଳର ସୁନ୍ନତ୍ ଶେଖ୍ ଓ ସୁରସେଲିମ ଶେଖ୍ ମାଛ ଚାଷ କରିଥିଲେ। ପୋଖରୀରେ ମାଛ ଚୋରି ହୋଇଥିବା ସନ୍ଦେହ କରି କିଛି ବ୍ୟକ୍ତିଙ୍କୁ ପଚାରିଥିଲେ । ହେଲେ ସେମାନେ ନମାନିବାରୁ ଉଭୟ  ୫ ଜଣ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବନ୍ଧୁକ ଚାଳନା କରିଥିଲେ । ଫଳରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି।  ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।