spot_img

Latest Posts

ପ୍ରତି ସେକେଣ୍ଡରେ ୟୁକ୍ରେନ ଛାଡୁଛନ୍ତି ଜଣେ ଶିଶୁ

କିଭ୍: ୨୧ ଦିନ ହେଲାଣି ହେଲେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଥମୁନାହିଁ । ଧୂଳିସାତ ହେଉଛି ସହର ପରେ ସହର । ଯାଉଛି ସାଧାରଣ ଲୋକଙକ ଜୀବନ । ଏହାସହ ତାଳ ଦେଇ ବଢୁଛି ଶରଣାର୍ଥୀ ସଂଖ୍ୟା । ଜୀବନ ବଞ୍ଚାଇବାକୁ ଲକ୍ଷ ଲକ୍ଷ ୟୁକ୍ରେନବାସୀ ପଡୋଶୀ ଦେଶକୁ ଚାଲିଯାଉଛନ୍ତି । ତାଜା ସୂଚନା ଅନୁସାରେ ପ୍ରତି ସେକେଣ୍ଡରେ ଜଣେ ୟୁକ୍ରେନୀ ଶିଶୁ ଦେଶ ଛାଡି ପଳାଉଛନ୍ତି । ଇଣ୍ଟରନ୍ୟାସନାଲ ଅଗ୍ରାନାଇଜେସନ ଅଫ୍ ମାଇଗ୍ରେଶନ (IOM) ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୟୁକ୍ରେନ ବାସିନ୍ଦା ଦେଶ ଛାଡି ସାରିଛନ୍ତି । ଆଇଓଏମ ଅନୁସାରେ ପ୍ରତିଦିନ ଦେଢ ଲକ୍ଷ ଲୋକ ପଡୋଶୀ ଦେଶକୁ ଶରଣାର୍ଥୀ ଭାବେ ଚାଲି ଯାଉଛନ୍ତି ।

ଶରଣାର୍ଥୀଙ୍କ ପାଇଁ ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ୟୁଏନଏଚସିଆର ପ୍ରବକ୍ତା ମ୍ୟାଥ୍ରୁ ସଲ୍ଟମାର୍ସଙ୍କ ଅନୁସାରେ ୟୁକ୍ରେନ ଛାଡୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ୨୪ ଫେବୃଆରୀରୁ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ଶିଶୁ ଦେଶ ଛାଡି ସାରିଛନ୍ତି । ପ୍ରତିଦିନ ୭୦ ହଜାରରୁ ଅଧିକ ପିଲା ଶରଣାର୍ଥୀ ହେଉଛନ୍ତି । ଅର୍ଥାତ ପ୍ରତି ମିନିଟରେ ୫୫ ଶିଶୁ ଦେଶ ଛାଡୁଛନ୍ତି । ଅର୍ଥାତ ପ୍ରତି ସେକେଣ୍ଡରେ ଜଣେ ଶିଶୁ ଶରଣାର୍ଥୀ ହେଉଛନ୍ତି କହିଲେ ଭୁଲ ହେବ ନାହିଁ ।

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟ ପରି ୟୁକ୍ରେନ ଯୁଦ୍ଧରେ ଶରଣାର୍ଥୀ ବଢୁଛନ୍ତି । ନିଜ ଦେଶ ଛାଡି ୟୁକ୍ରେନ ଲୋକେ ଶରଣାର୍ଥୀ ହେବା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠାରୁ ବଡ ପଳାୟନ ବୋଲି ୟୁଏନଏଚସିଆର ହାଇ କମିଶନର ଫିଲିପୋ ଗ୍ରାଣ୍ଡି କହିଛନ୍ତି ।

ୟୁକ୍ରେନ ସଙ୍କଟ ଓ ପଳାୟନ

୨୦ ଦିନରେ ୩୦ ଲକ୍ଷରୁ ଅଧିକ ୟୁକ୍ରେନ ଛାଡିଛନ୍ତି

ପ୍ରତିଦିନ ଦେଢ ଲକ୍ଷ ଲୋକ ୟୁକ୍ରେନ ଛାଡୁଛନ୍ତି

ପ୍ରତି ଘଣ୍ଟାରେ ୬୨୫୦ ୟୁକ୍ରେନବାସୀ ଯାଉଛନ୍ତି ପଡୋଶୀ ରାଷ୍ଟ୍ରକୁ

ପ୍ରତି ମିନିଟରେ ଶରଣାର୍ଥୀ ହେଉଛନ୍ତି ୧୦୪ ୟୁକ୍ରେନବାସୀ

ପ୍ରତି ସେକେଣ୍ଡରେ ୨ରୁ ଅଧିକ ୟୁକ୍ରେନ ଲୋକଙ୍କୁ ଛାଡିବାକୁ ପଡୁଛି ଦେଶ

Latest Posts

Don't Miss