ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ଘଟଣା, ମିଳିଲା ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

1 min read

ଜୟପୁର: ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ୫ ମହିଳା ନିଖୋଜ ଘଟଣା । ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ତାନସିଂ ଗ୍ରାମର ୫୦ ବର୍ଷୀୟ ଲାଲମଣି ଶିଷା  l ସାଥିରେ ଥିଲେ ଶଶୀରେଖା ଅର୍ଲାବ ଏବଂ ତିନି ନାବାଳିକା ନବୀନା ଅର୍ଲାବ, ପୁଷ୍ପାଞ୍ଜଳି ଅର୍ଲାବ, କ୍ରାନ୍ତି ଶିଷା  । ସମସ୍ତେ  ପଡୋଶୀ ଆନ୍ଧ୍ର ର ବଡଲା ଗ୍ରାମ କୁ  ସମ୍ପର୍କୀୟ ଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ l ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଘଟୁଆଳ ନଥିବା ଦେଖିବାକୁ ପାଇଥିଲେ l

କିନ୍ତୁ ଏକ ଦେଶୀ ଡ଼ଙ୍ଗା ଘାଟରେ ଥିବା ଦେଖି   ଦୁଇ ମହିଳା ଙ୍କ ସହ ତିନି ନାବାଳିକା ଡ଼ଙ୍ଗା ନେଇ ପାତାଳି  ନଦୀପାର ହେଉଥିଲେ  l ମଝି ନଈରେ ଡ଼ଙ୍ଗା ଭାରଶ୍ୟାମ ହରାଇ ବୁଡି ସମସ୍ତେ ନିଖୋଜ ହୋଇଯାଇଥିଲେ l  ଗ୍ରାମ ବାସୀ ପାଡୁଆ ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ କୋରାପୁଟ ଓଡ୍ରାଫ୍ଟ ଟିମ ଅଗ୍ନିଶମ, ନନ୍ଦପୁର ତହସିଲ ଦାର ଏବଂ  ପାଡୁଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି l