ଦାଦାବଟି ମାଗିବା ପଡିଲା ମହଙ୍ଗା, ବନ୍ଧାହେଲେ ଦାଦା

1 min read

ଭୁବନେଶ୍ବର: ଦାଦାବଟି ମାଗି ବନ୍ଧାହେଲେ ଦାଦା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଦାଦାବଟି ମାଗୁଥିବା ବେଳର Exclusive ସିସିଟିଭି । ନିଜକୁ ଭାଇ ବୋଲି କହି ଭାଇଗିରି ଦେଖାଉଥିବା ରଘୁନାଥ ବାରିକ ଓରଫ ରଘୁଆକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ସୂଚନା ମୁତାବକ ଏୟାରଫିଲ୍ଡ ଚଣ୍ଡୀ ବଜାର ନିକଟରେ କିଛିଦିନ ତଳେ ଜଣେ ଯୁବକ ମିଠା ଦୋକାନ କରିଥିଲେ । ଏକ କଣ୍ଟେନର ପକାଇ ନିଜ ବ୍ୟବସାୟ ଚଳାଉଥିଲେ । କିନ୍ତୁ ରଘୁଆ ଓ ତାର ୩ ସହଯୋଗୀ ସେଠାରେ ପହଞ୍ଚି ଦୋକାନ ପକାଇବାକୁ ୫ ଲକ୍ଷ ଟଙ୍କା ବଟି ମାଗିଥିଲା । ଦୋକାନୀ ବଟି ଦେବାକୁ ମନା କରିବାରୁ ଏକ ଟ୍ରକରେ  ଦୋକାନ ଆଗରେ ପଥର ଗଦାଇଥିଲା ଅଭିଯୁକ୍ତ ।

ଯାହାକୁ ନେଇ ଦୋକାନ ମାଲିକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ରଘୁଆକୁ ଗିରଫ କରାଯାଇଛି । ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ରହିଛି। କିଛିବର୍ଷ ତଳେ ଅମରେଶ ନାୟକ ନାମକ ଯୁବକଙ୍କୁ ହତ୍ୟା କରିଥିଲା ରଘୁଆ । ହତ୍ୟା ମାମଲାରେ ଜାମିନରେ ଆସି ପୁଣି ବଟି ମାଗିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।