spot_img

Latest Posts

ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ ଅଟକ, ବାନ୍ଦ୍ରା ଥାନାରେ ଜେରା

ବାନ୍ଦ୍ରା: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ମୁମ୍ଵାଇ ପୋଲିସ। ବାନ୍ଦ୍ରା ଷ୍ଟେସନ ନିକଟରେ ସେ ତାକୁ ଦେଖିବାକୁ ମିଳିଥିଲା। ସିସିଟିଭିରେ ଯେଉଁ ଯୁବକର ଭିଜୁଆଲ୍ ରେକର୍ଡ ହୋଇଥିଲା, ଧରା ପଡ଼ିିଥିବା ଯୁବକ ଜଣକ ସେ ନା ଆଉ କିଏ, ତାହା ମୁମ୍ଵାଇ ପୋଲିସ ସ୍ପଷ୍ଟ କରି ନାହିଁ। ପୋଲିସ ଯାହାକୁ ଧରିଛି, ବାନ୍ଦ୍ରା ରେଳଷ୍ଟେସନରେ ସେ ବୁଲୁଥିବାର ଦୃଶ୍ୟ କଏଦ ହୋଇଥିଲା। ଏହି ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ଅଭିଯୁକ୍ତ ଜଣକ ସୈଫ୍ ଅଲି ଖାନଙ୍କ ଷ୍ଟାଫଙ୍କ ଜଣେ ସଂପର୍କୀୟ ବୋଲି ଜଣାପଡ଼ିଛି। ସେଥିପାଇଁ ହୁଏତ ସେ ଆଗରୁ ବିଲଡିଂରେ ପ୍ରବେଶ କରିଥିଲା। ସେପଟେ ସୈଫ୍ ଅଲୀ ଖାନଙ୍କ ସ୍ଵାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି। ତାଙ୍କୁ ଆଇସିୟୁରୁ ସ୍ପେସାଲ କ୍ଯାବିନକୁ ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss