spot_img

Latest Posts

ରିମାଣ୍ଡ ଅବଧି ସରିବା ପରେ ପୁଣିଥର ୨ ଦିନିଆ ରିମାଣ୍ଡରେ ଗଲା ଠକ ବୈକୁଣ୍ଠନାଥ

ଭୁବନେଶ୍ୱର: ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇ ଗୁମର ଖୋଲିବ ଇଓଡବ୍ଲୁ। ପୋଲିସରେ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲା। ୨ ଦିନିଆ ରିମାଣ୍ଡ ସରିବା ପରେ ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ। ୫ ଦିନ ରିମାଣ୍ଡ ଆବେଦନ କରିଥିଲା ଇଓଡବ୍ଲୁ। ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି SDJM କୋର୍ଟ। ରିମାଣ୍ଡରେ ମାରାଥନ ପଚରାଉଚରା କରିବ EOW। ପ୍ରଥମ ପଯ୍ୟାୟରେ ଦୁଇ ଦିନ ରିମାଣ୍ଡରେ ନେଇଥିଲା। ତେବେ ପୂର୍ବରୁ ନେଇଥିବା ରିମାଣ୍ଡର ଅବଧି ଗତକାଲି ସରିଥିଲା। ଆଜି ପୁଣି ବୈକୁଣ୍ଠକୁ ରିମାଣ୍ଡରେ ନେଇ ଜେରା କରିବ ଇଓଡବ୍ଲୁ।

ବୈକୁଣ୍ଠ, ସମ୍ପର୍କୀୟ ନାମରେ ଖୋଲିଥିଲା ଏକାଧିକ ଆକାଉଣ୍ଟ। ବୈକୁଣ୍ଠ ନିଜେ ASO ପରୀକ୍ଷା ଦେଇଥିଲା। ହେଲେ ସେ କୃତକାର୍ଯ୍ୟ ହେଇନଥିଲା। ବୈକୁଣ୍ଠ ନାଥ ନାଏକ ନାମକ ଜଣେ ଲୋକ କୃତକାର୍ଯ୍ୟ ହୋଇଥିଲେ। ସେ ଏବେ ଗୃହ ବିଭାଗରେ ASO ଅଛନ୍ତି। ତାଙ୍କ ପରିଚୟପତ୍ରକୁ ଜାଲ କରିଥିଲା ବୈକୁଣ୍ଠ। ନିଜ ସମ୍ପର୍କୀୟଙ୍କ ନାଁରେ ତାଙ୍କ ଅଜାଣତରେ ଖୋଲିଥିଲା ଆକାଉଣ୍ଟ। ୧୨ଟି ଏଭଳି ATM ନିଜେ ବ୍ୟବହାର କରିବା ସହ ଠକେଇ ଟଙ୍କା ସେହି ଆକାଉଣ୍ଟରେ ଜମା ରଖୁଥିଲା ବୈକୁଣ୍ଠ। ବୈକୁଣ୍ଠ ଅଶାୟୀଙ୍କଠାରୁ ଟଙ୍କା ନେଇ ଚାକିରି ଦେବାକୁ ଏଗ୍ରିମେଣ୍ଟ କରିଥିଲା। ଆଉ ହ୍ୟାଣ୍ଡ ଲୋନ ବୋଲି ସେଥିରେ ଉଲ୍ଲେଖ କରୁଥିଲା । ଏଭଳି ୧୭ଟି ଏଗ୍ରିମେଣ୍ଟ ପେପର ଜବତ କରିଛି EOW। ଠକେଇ ଚେର ବଢୁଥିବାରୁ ପୁଣିଥରେ ତାକୁ ରିମାଣ୍ଡରେ ନେଇ ଜେରା କରିବ EOW। ତେବେ ଆହୁରି ଦୁଇଦିନ ରିମାଣ୍ଡ ଅବଧିରେ ବୈକୁଣ୍ଠଙ୍କ ଠାରୁ ମିଳିପାରେ ଅନେକ ତଥ୍ୟ।

Latest Posts

Don't Miss