ତୃତୀୟ ଦିନରେ ବେଶ୍ ସରଗରମ ରହିବ ଗୃହ

1 min read

ଭୁବନେଶ୍ୱର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ  । ଆଜି ବି ବେଶ୍ ସରଗରମ ରହିବ ଗୃହ  । ଗୃହରେ  ଜଳସମ୍ପଦ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, କ୍ରୀଡା ଓ ଯୁବକଲ୍ୟାଣ, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି l ଏହାଛଡା ବିଧାୟକମାନେ ମଧ୍ୟ ଭିନ୍ନ ପ୍ରଶ୍ନ ପଚାରିପାରିବେ l ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଗୃହରେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇବେ  । ଗତକାଲି ଦ୍ବିତୀୟ ଦିନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଗୃହକୁ ଚଳାଇ ଦେଇନଥିଲେ  ।

ରାଜନୈତିକ ସ୍ବାର୍ଥକୁ ଢାଲ କରି ଲୋକଙ୍କ କଥା ଆଲୋଚନା ହେବାକୁ ଦେଇନଥିଲେ  । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧାନସଭା ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରି ବାଧା ସୃଷ୍ଟି କରିଥିଲେ । ଆଜି ବିରୋଧୀ ଗୃହରେ କେଉଁ ଆଭିମୁଖ୍ୟ ଆପଣାଉଛନ୍ତି ତାହା ଉପରେ ନଜର ରହିବ  ।