କାର୍ତ୍ତିକ ମାସର ଦ୍ବିତୀୟ ସୋମବାରରେ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ

କଟକ : ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର । ଏଥିପାଇଁ ବେଶ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ । ବିଶ୍ବାସ ରହିଛି, କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ନୂଆ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି ।our choudwar famous Dhabaleswar Temple's Swing-Bridge's beautiful ? view  ? - YouTube

ସେହିପରି ଆରଡି ଆଖଣ୍ଡଳମଣିଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ଆଜି ଭୋର ୫ ଟାରେ ମନ୍ଦିର ଦ୍ବାରଫିଟା ଯିବା ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଳଭୋଗ ଲାଗି କରାଯାଥିଲା । ପରେ ମଣିବାବାଙ୍କୁ ରୋପ୍ଯ ଅଳଙ୍କାର ଓ ଫୁଲ ବେଲପତ୍ର ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଛି ।