ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

1 min read

ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ୟ ହାସଲରେ ସହାୟତା କରୁଛି ଫାଇଭ-ଟି ସ୍କୁଲ । ସ୍କୁଲ କାନ୍ଥରେ ଶିକ୍ଷଣୀୟ ଚିତ୍ର । ହାଇଟେକ ଲାଇବ୍ରେରି, ସ୍ମାର୍ଟ କ୍ଲାସରୁମ ପିଲାଙ୍କ ସ୍ବପ୍ନ ସାକାର କରୁଛି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । । ଫାଇଭ-ଟି ସ୍କୁଲ ରୂପାନ୍ତରଣ ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ରୂପାନ୍ତରିତ ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ବେଳେ ମତବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ୫ଜିଲ୍ଲାର ୩୨୩ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ ହୋଇଛି । ମୟୂରଭଞ୍ଜର ସର୍ବାଧିକ ୧୦୦ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ କରାଯାଇଛି । ସେହିପରି ନବରଙ୍ଗପୁରର ୭୬, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ୬୨ଟି ଲେଖାଏଁ ଏବଂ ବୌଦ୍ଧର ୨୩ଟି ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ମିଶାଇ ମୋଟ ୪ହଜାର ହାଇସ୍କୁଲର ରୂପାନ୍ତର ଶେଷ ହୋଇଛି । ବର୍ଷ ଶେଷ ସୁଦ୍ଧା ସବୁ ହାଇସ୍କୁଲ ରୂପାନ୍ତରିତ ହେବ ।