ନୂଆଁଖାଇ: ୨୦ରେ ଶ୍ରୀନୃସିଂହନାଥଙ୍କ ନବାନ୍ନ

ପଦ୍ମପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପଦ୍ମପୁର ଉପଖଣ୍ଡ ନୃସିଂହନାଥ ମନ୍ଦିରରେ ନୂଆଁଖାଇ ଲାଗି ବାହାରି ସାରିଛି ଲଗ୍ନ । ଆସନ୍ତା ୨୦ ତାରିଖ ଦିନ ୧୧ଟା ୨୧ରୁ ୧୧ଟା ୩୬ ମିନିଟ ମଧ୍ୟରେ ମହାପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ନୃସିଂହନାଥଙ୍କ ଠାରେ ନବାନ୍ନ ଲାଗି ହେବ । ମନ୍ଦିର ପୂଜକଙ୍କ ନୀତିକାନ୍ତି ତଥା ଚର୍ଚ୍ଚା ପରେ ପାଞ୍ଜିକା ଦେଖି ମହାପ୍ରଭୁଙ୍କ ନକ୍ଷେତ୍ର ଅନୁସାରେ ପଣ୍ଡିତ ସଭା ଏହି ଲଗ୍ନ ସ୍ଥିର କରିଛନ୍ତି । ପ୍ରଥମେ ମହାପ୍ରଭୁଙ୍କୁ ଭୋଗ ଲାଗି ପରେ ପାର୍ଶ୍ବ ଦେବାଦେବୀଙ୍କୁ ଲାଗିବ ନବାନ୍ନ । ଏହାପରେ ଅଞ୍ଚଳବାସୀ ଏବଂ ଶ୍ରଦ୍ଧାଳୁ ନୂଆ ଖାଇପାରିବେ ।