ଟ୍ରାଫିକ ସିଗନାଲରେ ଅଟକିଥିଲାବେଳେ ବ୍ୟାଗରୁ ଲୁଟିନେଲେ ୪୦ ଲକ୍ଷ

ନୂଆଦିଲ୍ଲୀ: ଦେଶର ରାଜଧାନୀର ଛାତି ଉପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ହୋଇଛି ଲୁଟ୍ । ଲାଲକିଲ୍ଲା ଅଞ୍ଚଳରେ ଟ୍ରାଫିକ୍ ସିଗନାଲରେ ଠିଆ ହୋଇଥିଲାବେଳେ ଲୁଟେରା ଜଣେ ବାଇକ ଆରୋହୀଙ୍କଠାରୁ ଲୁଟି ନେଇଛନ୍ତି ୪୦ ଲକ୍ଷ ଟଙ୍କା । ବାଇକ ଆରୋହୀ ଜଣଙ୍କ ଟ୍ରାଫିକ ସିଗନାଲରେ ଠିଆ ହୋଇଥିଲାବେଳେ ୨ ଯୁବକ ତାଙ୍କଠାରୁ ୪୦ ନେଇଯାଇଛନ୍ତି ।

ଏହି ଲୁଟର ସିସିଟିଭି ଫୁଟେଜ ଆସିବା ପରେ ପୋଲିସ୍ ଦୁଇ ଲୁଟେରାଙ୍କୁ ଗିରଫ କରିଛି । ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ୩ ଜଣ ଯୁବକ ଅତି ସତର୍କତାର ସହ ବାଇକ ଆରୋହୀଙ୍କୁ ପିଛା କରି ସିଗନାଲରେ ଆସି ପହଞ୍ଚିଥିଲେ । ବାଇକ ଆରୋହୀ ଜଣଙ୍କ ସିଗନାଲ ଅଟକିଥିଲାବେଳେ ଦୁଇଟି କାର ମଝିରେ ଠିଆ ହୋଇଥିଲେ । ଏହି ସମୟରେ ଜଣେ ଲୁଟେରା ବେଶ ଚତୁରତାର ସହ କାନ୍ଧରେ ପକାଇଥିବା ବ୍ୟାଗର ଚେନ୍ ଖୋଲିଥିଲେ । ଏହା ପରେ ବ୍ୟାଗରୁ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହା କରିବା ମାତ୍ରେ ସେମାନେ ଘଟଣାସ୍ଥଳରୁ କେଉଁଆଡେ ଉଭାନ ହୋଇଯାଇଥିଲେ । ସିଗନାଲରେ ଭିଡ଼ ଥିବା ସତ୍ତ୍ବେ କେହି ଏହି ଘଟଣାକୁ ଜାଣିପାରି ନଥିଲେ । ଏହାର ସିସିଟିଭି ଫୁଟେଜ ଆସିବା ପରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।