ହଠାତ୍‌ ମାରିଲା ବାତ, ଟ୍ରାକକୁ ଖସି ଚାଲିଗଲା ପୁଲିସଙ୍କ ଜୀବନ

1 min read

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଆଗ୍ରା ରେଲଓ୍ୱେ ଷ୍ଟେସନରେ କେହି କିଛି ବୁଝିବା ପୂର୍ବରୁ ଆପେ ଆପେ ଘଟିଗଲା ଏକ ଅଘଟଣ । ହଠାତ୍‌ ଜଣେ ପୁଲିସ୍‌ କନଷ୍ଟେବଲ ରେଲଓ୍ୱେ ଟ୍ରାକକୁ ଖସି ପଡ଼ିଲେ ଏବଂ ଚଳନ୍ତା ରେଲଓ୍ୱେରେ ଜୀବନ ଚାଲିଗଲା । ପୋଲିସର କହିବା ହେଉଛି ବ୍ୟକ୍ତିଙ୍କ ନାମ  ରିଗାଲ କୁମାର ସିଂ ଏବଂ ଘର ଉତ୍ତରପ୍ରଦେଶର ବିଜନୋରରେ ।

 

ଏହି ଭୟଙ୍କର ସିସିଟିଭି ଭିଡ଼ିଓ ଏବେ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛଯେ, କନଷ୍ଟେବଳ ଜଣକ ପ୍ଲାଟଫର୍ମର ଏକ ଖାଲି ସ୍ଥାନରେ ଛିଡ଼ା ହୋଇଛନ୍ତି । ପଛପଟେ ଯାଉଛି ମାଲବାହୀ ଟ୍ରେନ୍‌ । ହଠାତ୍‌ ବ୍ୟକ୍ତି ଜଣକ ଘୁରିବାକୁ ଲାଗୁଛନ୍ତି ଏବଂ କିଛି କ୍ଷଣ ମଧ୍ୟରେ ରେଲଓ୍ୱେ ଟ୍ରାକକୁ ଖସି ପଡ଼ୁଛନ୍ତି । ବିଶେଷଜ୍ଞଙ୍କ କହିବା ହେଉଛି ଏହି ରୋଗ କାଁ ଭାଁ ଦେଖିବାକୁ ମିଳେ । ଘଟଣା ସ୍ଥଳରେ ଜଣେ ଟିଟିଇ ପହଞ୍ଚିଲେ ସତ କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ହସ୍ପିଟାଲକୁ ପୁଲିସ ଜଣକୁ ଭର୍ତ୍ତି କରାଗଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କଲେ ।  ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପରିବାର ଲୋକଙ୍କୁ ଏହି ଭିଡ଼ିଓ ଦେଖିବା ପରେ ଗଭୀର ଆଘାତ ପହଞ୍ଚିଛି । ସୁସ୍ଥ ଥିବା ବ୍ୟକ୍ତି ଜଣଙ୍କ ସହିତ ଏହା କିଭଳି ଘଟିଲା ତାହା ସମସ୍ତଙ୍କ କଳ୍ପନା ବାହାରେ ।  କନଷ୍ଟେବଳଙ୍କର ପତ୍ନୀ ଏବଂ ଦୁଇଟି ପିଲା ଅଛନ୍ତି ।  ୨୦୧୧ ରେ ସେ ୟୁପି ପୁଲିସରେ ଯୋଗ ଦେଇଥିଲେ  ଏବଂ ଏହାପରେ  GRPକୁ (Government Railway Police)କୁ ସ୍ଥାନାନ୍ତର ହୋଇଥିଲେ ।