ଚାହୁଁ ଚାହୁଁ ଭାସିଗଲେ ଗୋଟିଏ ପରବାର ୭ ସଦସ୍ୟ

ନୂଆଦିଲ୍ଲୀ : କାଳ ହେଲା ଝରଣା ପାଣି । ଝରଣା ପାଣିରେ ମଜା କରୁକରୁ ଭାସିଗଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ । ପ୍ରବାହିତ ଜଳ ମଧ୍ୟରେ ମଜା କରିବା ବିପଦକୁ ଡାକିଆଣିବା ସହ ସମାନ । ସୋମବାର ପୁଣେର ଲୋନାଭାଲା ସ୍ଥିତ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ଝରଣାର ପ୍ରଖର ଜଳ ସ୍ରୋତରେ ମଜା କରିବାକୁ ଯାଇଥିବା ପରିବାରର ୭ଜଣ ସଦସ୍ୟଙ୍କୁ ଭସାଇ ନେଲା ପାଣି ।

ସୂଚନା ଅନୁଯାୟୀ ଦୁର୍ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ୨ଜଣ ଜୀବିତ ଉଦ୍ଧାର ହୋଇଛନ୍ତି । ଏବେ ବି ଆଉ ୨ଜଣ ଶିଶୁଙ୍କ ପତ୍ତା ମଳିନି । ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ସୋସିଆଲ ମିଡିଆରେ ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।