ରାଜନୀତିରେ କୌଣସି ରାଟାୟରମେଣ୍ଟ ନଥାଏ: ଲାଲୁ ଯାଦବ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ମେଡିକାଲ ଚେକଅପ୍ ପାଇଁ ଦିଲ୍ଲୀ ଯାଇଛନ୍ତି । ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିକୁ ଟାର୍ଗେଟ କରି ଭର୍ତ୍ସନା କରିଛନ୍ତି । ଏଥିସହିତ ବିରୋଧୀ ଏକତା ଉପରେ ମଧ୍ୟ ମତ ଦେଇଛନ୍ତି । ସେହିପରି ଲାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଦିଆଯାଇଥିବା ପରାମର୍ଶ ଉପରେ ଲାଲୁ କହିଛନ୍ତି ଯେ ପତ୍ନୀଙ୍କ ବିନା ପିଏମ ଆବାସରେ ରହିବା ଭୁଲ୍ ଅଟେ । ସେ ଏହି ବିଶ୍ୱାସ ମଧ୍ୟ ପ୍ରକଟ କରିଛନ୍ତି ଯେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନରେ ବିରୋଧା ଏକତାକୁ ସଂକ୍ଷା ଗରିଷ୍ଠତା ମିଳିବ । ଆରଜେଡି ପ୍ରମୁଖ ଲାଲୁ ଯାଦବ ମହାରାଷ୍ଟ୍ରରେ ଜାରି ରାଜନୈତିକ ସଙ୍କଟ ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି ।

ସେ ଶରଦ ପୱାରଙ୍କ ରାଜନୀତିରୁ ରିଟାୟରମେଣ୍ଟ ଉପରେ ହେଉଥିବା ଚର୍ଚ୍ଚାକୁ ନେଇ ତାଙ୍କୁ ସମର୍ଥନ କରିଛନ୍ତି । ଲାଲୁ କହିଛନ୍ତି ବୁଢ଼ା ଲୋକ ରାଜନୀତିରେ କେବେ ରିଟାୟର ହୋଇନଥାଏ । ଉଲ୍ଲେଖଯୋଗ୍ୟ, ନିକଟରେ ମହାରାଷ୍ଟ୍ରର ଡେପୁଟି ସିଏମ ହୋଇଥିବା ଅଜିତ ପୱାର ଏନସିପିକୁ ନିଜର ଦଳ କହିବା ପରେ କହିଥିଲେ ଯେ ଶରଦ ପୱାରଙ୍କ ବୟସ ହୋଇଯାଇଛି । ତାଙ୍କର ରିଟାୟରମେଣ୍ଟର ସମୟ ହୋଇଯାଇଛି । ଲାଲୁ ତାଙ୍କର ଏହି ଟିପ୍ପଣୀ ଉପରେ ଜବାବ ଦେଇ କହିଛନ୍ତି ଶରଦ ପୱାର ରିଟାୟାର ହେବେନାହିଁ ।

ସେ ପଚାରିଥିଲେ ଯେ କଣ କୌଣସି ବୁଢ଼ା ଲୋକ ରାଜନୀତିରେ କେବେ ରିଟାୟର ହୋଇଥାଏ? ରାଜନୀତିରେ କୌଣସି ରାଟାୟରମେଣ୍ଟ ନଥାଏ । ସେହିପରି ବିରୋଧୀ ଏକତା ଉପରେ ଲାଲୁ କହିଛନ୍ତି ଯେ ୧୭ଟି ଦଳ ଏକଜୁଟ ହେଉଛନ୍ତି । ବିଜେପିକୁ ଯାହା କହିବାର ଅଛି କହିବାକୁ ଦିଅ । ତାର ସଫାୟା ହୋଇଯିବ । ଶରଦ ପୱାର ଜଣେ ମଜବୁତ ନେଟା ଅଟନ୍ତି । ଆଗାମୀ ବିିରୋଧୀ ବୈଠକ ବେଙ୍ଗାଲୁରୁରେ ହେବ ।

ଏହା ବ୍ୟତୀତ ସାମ୍ବାଦିକମାନେ ଯେବେ ଲାଲୁଙ୍କୁ ବିରୋଧୀ ଏକତାର ପିଏମ ଚେହେରା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବାହ କରିବା ନେଇ ଦିଆଯାଇଥିବା ପରାମର୍ଶ ସମ୍ପର୍କରେ ପଚାରିଥିଲେ ତେବେ ଜବାବରେ ସେ କହିଥିଲେ ଯେ ଯିଏ ବି ପ୍ରଧାନମନ୍ତ୍ରୀ ହୁଅନ୍ତି ତାଙ୍କୁ ପତ୍ନୀଙ୍କ ବିନା ରହିବା ଅନୁଚିତ । ପତ୍ନୀ ବିନା ପିଏମ ଆବାସରେ ରହିବା ଭୁଲ୍ । ଏହାକୁ ସମାପ୍ତ କରାଯିବା ଆବଶ୍ୟକ । ସେହିପରି ଏହା ମଧ୍ୟ କହିଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଏକତାକୁ ଅତିକମରେ ୩୦୦ ଆସନ ମିଳିବ ।