ଓମିକ୍ରନ୍ ଆତଙ୍କ, ରାଜସ୍ଥାନରେ ଗୋଟିଏ ଦିନରେ ୨୧ ଆକ୍ରାନ୍ତ ଚିହ୍ନଟ

ଜୟପୁର: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି । ଭାରତରେ ୪୦୦ ପାର କଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜସ୍ଥାନରେ  ଓମିକ୍ରନର ୨୧ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜମେରରୁ ୬, ଉଦୟପୁରରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣଙ୍କ ମଧ୍ୟରୁ ୫ ଜଣ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।  ସବୁଠାରୁ ଅଧିକ ୨୮ କେସ୍ ଜୟପୁରରେ ଚିହ୍ନଟ ହୋଇଛନ୍ତି ।

2 New Omicron Cases Detected In Odisha

ରାଜସ୍ଥାନ ବ୍ୟତୀତ ମହାରାଷ୍ଟ୍ରରେ ବି ଅଧିକ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ହାସଲ କରିସାରିଛି । ମହାରାଷ୍ଟ୍ରରେ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଥିବାରୁ ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଲେଣି ।

More 7 Omicron Variant Detected In Maharastra

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଉତ୍ତର ଭାରତରେ ବୃଦ୍ଧି ହୋଇନାହିଁ ଦକ୍ଷିଣ ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତାମିଲନାଡୁରେ ୩୪ ମାମଲାରେ ଚିହ୍ନଟ ହୋଇଥିବାବେଳେ କେରଳରେ ୩୭, ତେଲାଙ୍ଗାନାରେ ୩୮ ମାମଲା ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି କୁହାଯାଉଛି କି ଆସନ୍ତା ବର୍ଷ ଫେବ୍ରୁଆରୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପିକରେ ରହିବ । ଏପରି ସ୍ଥିତିରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ନେଇ ଚିନ୍ତା କରୁଥିବା କୁହାଯାଇଛି ।

 

Leave a Reply