ଓମିକ୍ରନ୍ ଆତଙ୍କ, ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ବିବାହରେ ଯୋଗ ଦେବେ ୨୦୦ ଲୋକ

2 New Omicron Cases Detected In Odisha

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ଓମିକ୍ରନ୍ ଭାରିଆଣ୍ଟ । ତୃତୀୟ ଲହରକୁ ନେଇ ଆତଙ୍କ ଭିତରେ ବିଭିନ୍ନ ରାଜ୍ୟରେ ଜାରି ହୋଇଛି କଟକଣା । ଦିଲ୍ଲୀଠାରୁ ଆରମ୍ଭ କରି ତେଲେଙ୍ଗାନା, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ କଟକଣା ଲାଗୁ ହୋଇଛି । ଓମିକ୍ରନ୍ ମାମଲା ବଢୁଥିବାରୁ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଉତ୍ତରପ୍ରଦେଶରେ ୨୫ ଡିସେମ୍ବରରୁ ଲାଗୁ ହେବ କଟକଣା । ରାତି ୧୧ରୁ ଭୋର ୫ଟା ଯାଏ ଲାଗିବ ନାଇଟ୍ କର୍ଫ୍ୟୁ ।

More 7 Omicron Variant Detected In Maharastra

ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨ଶହ ଲୋକ ସାମିଲ ହୋଇପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି । ମଧ୍ୟ ପ୍ରଦେଶରେ ବି ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ତେଲେଙ୍ଗାନାର ଏକ ଗାଁରେ ଲକଡାଉନ ଲଗାଯାଇଛି । ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଲକଡାଉନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ବି କେସ୍ ବଢୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଜନସମାଗନ ଓ ସେଲିବ୍ରେସନ ଉପରେ ରୋକ ଲଗାଯାଇଛି । ଏହାଛଡ଼ା ସମସ୍ତ ସାମାଜିକ, ରାଜନୈତିକ, ଧାର୍ମିକ ସଭା ସମିତିର ଆୟୋଜନ ନକରିବାକୁ ଗାଇଡଲାଇନ ଜାରି ହୋଇଛି । ସର୍ବାଧିକ ଓମିକ୍ରନ୍ କେସ୍ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ବି କରୋନା କଟକଣାକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି ।

Leave a Reply