ଦେଶରେ ଓମିକ୍ରନର ପଞ୍ଚମ ଆକ୍ରାନ୍ତ ଚିହ୍ନଟ; ଦିଲ୍ଲୀରେ ପ୍ରଥମ ମାମଲା

1 min read

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ସଂକ୍ରମଣ । ବେଙ୍ଗାଲୁରୁ, ଗୁଜୁରାଟ ଓ ମୁମ୍ବାଇ ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛି । ଦିଲ୍ଲୀରେ ଓମିକ୍ରନ୍ ମାମଲା ନେଇ ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ । ସେ କହିଛନ୍ତି କି ବିଦେଶରୁ ଫେରିଥିବା ୧୨ ଜଣଙ୍କର ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣ ସାମାନ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କଠାରେ ଓମିକ୍ରନ୍ ଚିହ୍ନଟ କରାଯାଇଛି । ଓମିକ୍ରନ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଆଫ୍ରିକା ଦେଶ ତାଞ୍ଜିନିଆରୁ ଫେରିଥିଲେ ।

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ସହ ବର୍ତ୍ତମାନ ଦେଶରେ ମୋଟ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କର୍ଣ୍ଣାଟକ, ଗୁଜୁରାଟ ଓ ମୁମ୍ବାଇରୁ ଜଣେ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଛନ୍ତି କି ଏପର୍ଯ୍ୟନ୍ତ ବିଦେଶରୁ ମୋଟ ୧୭ ଜଣ ବ୍ୟକ୍ତି ଦିଲ୍ଲୀ ଫେରିଛନ୍ତି ଏବଂ ସେମାନେ କରୋନାରେ ଆକ୍ରନ୍ତ ମଧ୍ୟ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ଏବେ ଦିଲ୍ଲୀର ଏଲଏନଜିପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply