spot_img

Latest Posts

ପ୍ୟାକେଟ ପିଛା ଦୁଇ ଟଙ୍କା ବଢିଲା ଓମଫେଡ ଦର, ଏପ୍ରିଲ୍ ୧ରୁ ନୂଆ ଦାମ୍ ଲାଗୁ

ଭୁବନେଶ୍ୱର: ବଢିଲା ଓମଫେଡ ଦର। ପ୍ୟାକେଟ ପିଛା ଦୁଇ ଟଙ୍କା ବୃଦ୍ଧି । କୃଷକଙ୍କ ଖର୍ଚ୍ଚକୁ ନଜରରେ ରଖି ଆସନ୍ତା ୧ ଏପ୍ରିଲରୁ ଓମଫେଡ୍ ଲାଗୁ କରିବ ନୂଆ ଦର । ସମସ୍ତ ପ୍ରକାର ଦୁଗ୍ଧ ପାଇଁ ନୂଆ ଦର ଧାର୍ଯ୍ୟ ହୋଇଛି । ଗୋଖାଦ୍ୟ, ଗୋଚାରା ମୂଲ୍ୟ , ଔଷଧ ଏବଂ ଇନ୍ଧନ ମୂଲ୍ୟ , ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ଓମଫେଡ ଦୁଗ୍ଧ ପ୍ୟାକେଟ ପିଛା ୨ଟଙ୍କା ଲେଖାଏଁ ବୃଦ୍ଧି କରିଛି।

ଓମଫେଡର ଟୋନଡ୍ ମିଲ୍କର ଦର ୫୦୦ ମି.ଲିର ଖୁଚୁରା ଦର ପୂର୍ବରୁ ୨୧ ଟଙ୍କା ଥିବା ବେଳେ ଏବେ ତାହା ୨୩ ଟଙ୍କା ହେବ। ସେହିପରି ପ୍ରିମିୟମ ଓମଫେଡ ୨୪ ପରିବର୍ତ୍ତେ ୨୬, ଗୋଲ୍ଡ ଓମଫେଡ ୨୬ ଟଙ୍କା ଏବଂ ଚା ସ୍ପେଶିଆଲ ୨୫ ଟଙ୍କା ହେବ । ଏହି ନୂଆ ଦର ଆସନ୍ତା ୧ ଏପ୍ରିଲରୁ ଲାଗୁ ହେବ।

ଗତ ବର୍ଷ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଏଜେଣ୍ଟଙ୍କ କମିଶନ ବୃଦ୍ଧି ପାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ଥର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଏଜେଣ୍ଟଙ୍କ କମିଶନ ୨୦ ପଇସା ପ୍ୟାକେଟ ପିଛା ବୃଦ୍ଧି କରାଯାଇଛି।

Latest Posts

Don't Miss