ଓଏମ୍ସି ସ୍ଥାପନ କଲା କୋଭିଡ କେୟାର ହୋମସ୍
1 min readଭୁବନେଶ୍ୱର:ମହାମାରୀ କୋଭିଡ-୧୯କୁ ଆଖିଆଗରେ ରଖି ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ରାଜ୍ୟରେ କୋଭିଡ କେୟାର ହୋମସ୍ ସ୍ଥାପନା କରାଯାଇଛି । ଭୁବନେଶ୍ୱର ସହିତ ସାଉଥ୍ କାଳିଆପାଣି, ଗନ୍ଧମାର୍ଦ୍ଦନ ଓ ଦୈତାରୀରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ପ୍ରତିଟି କୋଭିଡ କେୟାର ସେଣ୍ଟରରେ ୨୦ ଟି ଲେଖାଏଁ ବେଡ୍ ରହିଛି । ଏଠାରେ କରୋନା ସନ୍ଦିଗ୍ଧ ଏବଂ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ରଖାଯାଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଓଏମ୍ସି ପକ୍ଷରୁ ବଡ଼ବିଲ୍ ଏବଂ ରାୟଗଡ଼ାରେ ୨ଟି ଲେଖାଏଁ କୋଭିଡ କେୟାର ହୋମ୍ ଖୋଲାଯିବ । ସେଠାକାର ପ୍ରତିଟି ହୋମ୍ରେ ୧୦ଟି ଲେଖାଏଁ ବେଡ୍ ରହିବ ।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦାୟିତ୍ୱବାନ ଶିଳ୍ପ ସଂସ୍ଥା ଭାବେ କରୋନା ମୁକାବିଲା ନେଇ ଓଏମ୍ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦୦ କୋଟି ଟଙ୍କା ଏବଂ ୨୦୧୯-୨୦ ଆର୍ଥିକବର୍ଷରେ ମଧ୍ୟବର୍ତ୍ତୀ ଲାଭାଂଶ ଭାବରେ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ଗତ ୨୬ ମାର୍ଚ୍ଚରେ କିମ୍ସ ହସ୍ପିଟାଲରେ ୫ଶହ ସଂଖ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଏବଂ ହସ୍ପିଟାଲ ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସଂସ୍ଥା ପକ୍ଷରୁ ରାଜ୍ୟର ୮ ଜିଲ୍ଲାରେ ଏକାକୀ କୋଭିଡ ହସ୍ପିଟାଲ ନିର୍ମାର ପାଇଁ ଆର୍ଥିକ ସହଯୋଗ ଯୋଗାଇଦେଇଥିଲା ।
ରାଜଧାନୀରୁ ଆଉ ୧୨୬ କରୋନା ରୋଗୀ ଚିହ୍ନଟ: ସୁସ୍ଥ ହେଲେ ୧୩୩ ସଂକ୍ରମିତ