ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

1 min read

ଜମ୍ମୁ କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ଓମାର ଅବଦୁଲ୍ଲା ରାଜ୍ । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା । ସୁରିନ୍ଦର ଚୌଧୁରୀ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲାଗି ସରକାର ଗଠନ କରିଛନ୍ତି ନ୍ଯାସନାଲ କନଫରେନ୍ସ କଂଗ୍ରେସ, ସିପିଏମ ମେଣ୍ଟ। ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମୁଖ୍ଯମନ୍ତ୍ରୀଙ୍କୁ କରାଇଥିଲେ ପଦ ଓ ଗୋପନୀୟତାର ଶପଥପାଠ । ଉମରଙ୍କ ବ୍ଯତୀତ ଅନ୍ଯ ୮ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ତେବେ ସରକାରରେ କଂଗ୍ରେସ ସାମିଲ ହେବ ନାହିଁ ।

କଂଗ୍ରେସକୁ ଗୋଟିଏ ମନ୍ତ୍ରୀ ପଦ ଯଚାଯାଇଥିଲେ ବି କଂଗ୍ରେସ ଏହାକୁ ଅଗ୍ରାହ୍ଯ କରିଥିଲା। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ, ଡିଏମକେର କେ. କାନିମୋଜି, ଏନସିପି(ଏସପି)ର ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ଶ୍ରୀନଗରର ଶେର-ଇ-କାଶ୍ମୀର ଇଣ୍ଟରନ୍ଯାସନାଲ ସେଣ୍ଟରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୯୦ ଆସନ ବିଶିଷ୍ଟ ବିଧାନସଭାରେ ଇଣ୍ଡିଆ ମେଣ୍ଟରେ ଅଛନ୍ତି ନ୍ୟାସନାଲ କନଫରେନ୍ସର ୪୨, କଂଗ୍ରେସର ୬, ସିପିଏମର ଜଣେ, ଆପର ଜଣେ ଓ ୫ ସ୍ବାଧୀନ ସଦସ୍ଯ। ବିଜେପିର ମୋଟ ସଦସ୍ଯ ସଂଖ୍ଯା ରହିଛି ୨୯ ।