spot_img

Latest Posts

ଓମାରଙ୍କ ଦାବି: ଆମ ପରିବାରକୁ ଗୃହବନ୍ଦୀ କରାଯାଇଛି

ଶ୍ରୀନଗର: ଗୃହବନ୍ଦୀ ଅଛନ୍ତି ନ୍ୟାସନାଲ କନ୍‌ଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା । ତାଙ୍କ ସହ ତାଙ୍କ ପିତା ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ଦାବି କରିଛନ୍ତି ଓମାର ଅବଦୁଲ୍ଲା । ନିଜ ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଏହା ହିଁ ହେଉଛି ୨୦୧୯ ଅଗଷ୍ଟ ପରେ ନୂଆ ଜମ୍ମୁ ଓ କଶ୍ମୀର । କୈଫିୟତ୍‌ରେ ଆମକୁ ଘରେ ବନ୍ଦୀ କରାଯାଇଛି। ସମ୍ପ୍ରତି ସାଂସଦ ଥିବା ମୋର ପିତା ଏବଂ ମୋତେ ଆମ ଘରେ ଅଟକ ରଖିବା ଅତି ମନ୍ଦ କଥା। ସେମାନେ ମୋ ଭଉଣୀ ଏବଂ ତା’ର ପିଲାମାନଙ୍କୁ ମଧ୍ୟ ତାଙ୍କ ଘରେ ଅଟକ ରଖିଛନ୍ତି।

ସହରରର ଗୁପକର ଅଞ୍ଚଳରେ ଥିବା ତାଙ୍କ ବାସଭବନ ଫାଟକ ସାମ୍ନାରେ ପୁଲିସ ଗାଡ଼ି ଥିବା ଫଟୋଚିତ୍ର ମଧ୍ୟ ଓମାର୍‌ ପୋଷ୍ଟ୍‍ କରିଛନ୍ତି। ତାଙ୍କ ଘରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଉନାହିଁ ବୋଲି ସେ ଦାବି କରିଛନ୍ତି।

ଅନ୍ୟ ଗୋଟିଏ ଟୁଇଟ୍‌ରେ ସେ ଲେଖିଛନ୍ତି, ହଉ, ଆପଣଙ୍କ ନୂଆ ଢାଞ୍ଚାର ଗଣତନ୍ତ୍ର ଅର୍ଥ ହେଲା ଆମକୁ ଆମ ଘରେ ବିନା କୈଫିୟତ୍‌ରେ ବନ୍ଦୀ କରିବ। ସେଥିରେ ପୁଣି ଆମ ଘରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ଘର ଭିତରକୁ ଛଡ଼ାଯାଉନାହିଁ। ଏଥିରେ ବି ଆପଣମାନେ ଆଚମ୍ବିତ ହୋଇ କହୁଛନ୍ତି ମୁଁ ଏବେ ମଧ୍ୟ ରାଗିଛି ଓ ବିଦ୍ୱେଷ ଭାବ ରଖିଛି।

ଏଥିସହିତ ପଢ଼ନ୍ତୁ: ଆସାମରୁ ରାହୁଲଙ୍କ ରଣହୁଙ୍କାର: କହିଲେ, କିଛି ବି ହେଇଯାଉ ସିଏଏ ଲାଗୁ ହେବନାହିଁ

Latest Posts

Don't Miss