spot_img

Latest Posts

ଓମାନ୍‌ରେ କୋଭାକ୍ସିନକୁ ମିଳିଲା ଅନୁମତି, ଏବେ ଡବଲ ଡୋଜ୍‌ ନେଇଥିବା ଭାରତୀୟ ଯାଇପାରିବେ ଓମାନ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଏଥିରୁ ବଞ୍ଚିବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ। ଏହାରି ଭିତରେ କୋଭାକ୍ସିନକୁ ମିଳିଛି ଓମାନର ଗ୍ରୀନ ସିଗନାଲ। ଏଣିକି କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିବା ଭାରତୀୟଙ୍କୁ ଓମାନ ସରକାର ପ୍ରବେଶ ଅନୁମତି ଦେବେ। ଏହାସହ ସେଠାକୁ ଗଲେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ନାହିଁ। କୋଭାକ୍ସିନକୁ କୋଭିଡ-19ର ମଞ୍ଜୁରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସୂଚନା ଦେଇଛି ମସ୍କଟସ୍ଥିତ ଭାରତୀୟ ଦୂତାବାସ।

ଯେଉଁ ଭାରତୀୟ କୋଭାକ୍ସିନର ଦୁଇଟି ଯାକ ଡୋଜ ଅତିକମରେ ଓମାନରେ ପହଞ୍ଚିବାର ୧୪ଦିନ ପୂର୍ବରୁ ନେଇଥିବେ, ସେମାନଙ୍କ ଲାଗି ଏହି ନିୟମ ଲାଗୁ ହେବ। କୋଭାକ୍ସିନ ଡୋଜ ନେଇ ନଥିବା ଯାତ୍ରୀମାନେ ଓମାନ ଯିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରିବେ ଏବଂ କୋଭିଡ ଲାଗି ରହିଥିବା ନିୟମ ପାଳନ କରିବେ।

ପୂର୍ବରୁ ଯେଉଁମାନେ କୋଭିସିଲଡ ନେଇଥିଲେ ସେମାନଙ୍କୁ ହିଁ ଓମାନ ଯିବା ଲାଗି ଅନୁମତି ମିଳୁଥିଲା ଏବଂ କ୍ୱାରେଣ୍ଟାଇନରେ ରହିବାକୁ ପଡୁ ନଥିଲା। ଭାରତର ପ୍ରଥମ ସ୍ୱଦେଶୀ କୋଭିଡ ଟିକା କୁହାଯାଉଥିବା କୋଭାକ୍ସିନକୁ ଓମାନ ଅନୁମତି ଦେବା ପରେ ଅନ୍ୟ କିଛି ଦେଶ ମଧ୍ୟ ଏହି ପଦକ୍ଷେପ ନେବା ଆଶା କରାଯାଉଛି।

Latest Posts

Don't Miss