ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନରେ ପାକିସ୍ତାନକୁ ଭାରତର ତୀବ୍ର ବିରୋଧ

OmM Birla

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଲଢେଇ ଜାରି ରହିଛି । ବିଶ୍ୱର ସବୁ ସଂସଦକୁ ନେଇ ଗଠନ ହୋଇଥିବା ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ପାକିସ୍ତାନ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର ଅଧ୍ୟକ୍ଷ ହେବା ପାଇଁ ନିର୍ବାଚନ ଲଢୁଥିବା ବେଳେ ଭାରତ ଏହାକୁ ବିରୋଧ କରିଛି । ଆତଙ୍କବାଦ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ କରିଛି  ଭାରତ ।

ଯେପର୍ଯ୍ୟନ୍ତ ଆତଙ୍କବାଦ ସମସ୍ୟାକୁ ପାକିସ୍ତାନ ମୁଳୋତ୍ପାଟନ ନକରିଛି ସେ ପର୍ଯ୍ୟନ୍ତ ଭାରତ ପକ୍ଷରୁ ବିରୋଧ ଜାରି ରହିବ ବୋଲି ଭାରତୀ  ଚେତାବନୀ ଦେଇଛନ୍ତି । ପାକିସ୍ତାନ ସହ ପର୍ତ୍ତୁଗାଲ, ଉଜବୈକିସ୍ତାନ ଓ କାନାଡା ମଧ୍ୟ ଏହି ନିର୍ବାଚନ ଲଢୁଛନ୍ତି । ପାକିସ୍ତାନକୁ ବିରୋଧ କରିବା ପାଇଁ ଭାରତ  ପର୍ତ୍ତୁଗାଲ କିମ୍ବା ଉଜବୈକିସ୍ତାନକୁ ସମର୍ଥନ ଦେଇପାରେ । ସୂଚନାଯୋଗ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ଏକ ଟିମ୍ ୨୦୬ ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକ ୧ ନଭେମ୍ବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

କୋଭିଡ୍‌ ମହାମାରୀ କାରଣରୁ ଚଳିତ ଥର ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଛି । ଭାରତ ପକ୍ଷରୁ ଓମ୍‌ ବିର୍ଲା ଏହି ବୈଠରେ ନେତୃତ୍ୱ ନେଇଛନ୍ତି ।

Leave a Reply