ସ୍ୱର୍ଣ୍ଣପଦକ ବିଜେତା ହକି ଖେଳାଳି ରବିନ୍ଦ୍ର ପାଲ୍ ସିଂଙ୍କର କରୋନାରେ ଦେହାନ୍ତ

ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ହକି ଟିମ୍‌ର ଜବରଦସ୍ତ ଖେଳାଳୀ ରବିନ୍ଦ୍ର ପାଲ୍ ସିଂ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ସେ ଭାରତୀୟ ହକି ଦଳର ଜଣେ ପୂର୍ବତନ ସଦସ୍ୟ ଥିଲେ । ତାସହ ୧୯୮୦ ମସିହାରେ ହୋଇଥିବା ମୋସ୍କୋ ଓଲମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ଲକ୍ଷେ୍ନୌାର ଏକମାତ୍ର ଖେଳାଳୀ ଥିଲେ ଯିଏକି ଦୁଇଟି ଓଲମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ପ୍ରାୟ ୨ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷେ୍ନୌାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା ।

ରବିନ୍ଦର ପାଲ୍ ଅପ୍ରେଲ ମାସରେ କରୋନା ଦ୍ୱାରା ସଂକ୍ରମିତ ହେବାରୁ ଲକ୍ଷେ୍ନୌାର ବିବେକାନନ୍ଦ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ କୋଭିଡ ୱାର୍ଡରୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା । ଆଉ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ହକିରେ କେବଳ ଅଲମ୍ପିକ୍ସ ନୁହଁ ବରଂ ଚାମ୍ପିଅନ୍ସ ଟ୍ରଫି,ବିଶ୍ୱକପ୍ ଓ ଏସିଆ କପ୍‌ରେ ବି ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

Leave a Reply