spot_img

Latest Posts

ଓଡ଼ିଶାରେ ଚାକିରି କରିବାକୁ ଚାହୁଁଛନ୍ତି ଅଲିମ୍ପିଆନ ଦୀପଗ୍ରେସ ଏକ୍କା

ଭୁବନେଶ୍ୱର: ଓଡ଼ିଶାରେ ଚାକିରି କରିବାକୁ ଚାହୁଁଛନ୍ତି ଅଲିମ୍ପିଆନ ଦୀପଗ୍ରେସ ଏକ୍କା। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସମ୍ମାନୀତ ହେବା ଅବସରରେ ଏହା କହିଛନ୍ତି ଭାରତୀୟ ମହିଳା ହକି ଦଳର ଉପ ଅଧିନାୟକ। ଦୀପଗ୍ରେସ ବର୍ତ୍ତମାନ ମୁମ୍ବାଇ ରେଳବିଭାଗରେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶାରେ ଚାକିରି ପାଇଁ ତାଙ୍କୁ ଅଫର ମିଳିଲେ ନିଶ୍ମୟ ଗ୍ରହଣ କରିବେ ବୋଲି କହିଛନ୍ତି ଦୀପଗ୍ରେସ। ୪ ଓଡ଼ିଆ ଖେଳାଳିଙ୍କୁ ଆଜି ସମ୍ବର୍ଦ୍ଧନା ଜଣାଇଥିଲା ହକି ଫ୍ୟାନ୍ସ ଏବଂ ୱେଲ ୱିସର ଅନୁଷ୍ଠାନ। ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଭାରତୀୟ ହକିର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ କ୍ରୀଡା ପ୍ରଶାସକ ଅଶୋକ ମହାନ୍ତି ସମ୍ବର୍ଦ୍ଧନା ସଭାର ପରିଚାଳନା କରିଥିଲେ।

Latest Posts

Don't Miss