ଓଲିଉଡ୍ କଳିରେ ବଳି ପଡିଗଲା ନୂଆ ଫିଲ୍ମ ରାଉଡି ରାଜା

1 min read

ଭୁବନେଶ୍ବର: ଓଲିଉଡ୍ କଳିରେ ବଳି ପଡିଗଲା ନୂଆ ଫିଲ୍ମ ରାଉଡି ରାଜା । ବିବାଦ ଭିତରେ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ଚଳଚିତ୍ର । ଫଳରେ ବ୍ୟାପକ କ୍ଷତି ସହିଛନ୍ତି ପ୍ରଯୋଜକ । ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟରେ ଫିଲ୍ମ ଡିଷ୍ଟ୍ରିବ୍ୟୁସନ୍ ଟିମ୍ ବି ସାଥ ଦେଲା ନାହିଁ । ମିଛ ସତ ବାହାନା କରି ହଲରୁ କାଢି ନେଇଗଲେ । ସେ ଦୁଇ ବିତରକ ଙ୍କ ନାମ ନେଇ କହିଛନ୍ତି ଏମାନେ ହିଁ ଓଡ଼ିଆ ଫିଲ୍ମ ନ ଚାଲିବାର ମୁଖ୍ୟ ଖଳନାୟକ। ଏତେ କଷ୍ଟ କରି ନିର୍ମାଣ କରିଥିବା ଚଳଚିତ୍ର ପାଇଁ ପ୍ରବଳ କ୍ଷତି ସହିଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି ପ୍ରଯୋଜକ ସୋହମ୍ ସିଂ । ତେଣୁ ପୁଣି ଥରେ ଓଡ଼ିଆ ଫିଲ୍ମ ରାଉଡି ରାଜା ରିଲିଜ କରାଯିବ । ସେହିପରି ଫିଲ୍ମ ନିର୍ଦ୍ଦେଶକ ରମେଶ ରଥ ମଧ୍ୟ ଓଡ଼ିଆ ଫିଲ୍ମ ନ ଚାଲିବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ନିର୍ଦେଶକ ଯାହାକୁ ଚାହିଁବ ଫିଲ୍ମରେ ନେବ, ଏଠି ଆମର ଏକତା ଅଛି କିନ୍ତୁ ପ୍ରଯୋଜକ ଏକତା ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଫିଲ୍ମ କରୁ ନଥିବା ପ୍ରଯୋଜକ ସାମ୍ନାକୁ ଆସିବାରୁ ଏପରି ହେଉଥିବା ସେ ଅଭିଯୋଗ କରିଛନ୍ତି।

ଓଲିଉଡ କଳି ଏବେ ଉଗ୍ରରୂପ ନେବାରେ ଲାଗିଛି । ପୋଷ୍ଟର ଚିରାଠାରୁ ଆରମ୍ଭ କରି ବାକ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ନିକଟରେ ’ପ୍ରଥା’ର ପୋଷ୍ଟର ମଧ୍ୟ ଚିରା ଯାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏପରିକି ଫିଲ୍ମକୁ ହଲରୁ ଉଠାଇବାକୁ ବାଧ୍ୟ ହୋଇଛନ୍ତି ପ୍ରଯୋଜିକା । ପୂର୍ବ ଓଡ଼ିଶା-ପଶ୍ଚିମ ଓଡ଼ିଶା ଭାଗ ହେବା ଭଳି କଥା ମଧ୍ୟ ଉଠିଥିଲା । ଓଲିଉଡ କଳିରେ ରାଜନେତାଙ୍କ ବିବୃତିକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କିନ୍ତୁ ଦିନ ଗଡିଥିଲେ ସୁଦ୍ଧା ଓଲିଉଡ କଳି କମିବାର ନାଁ ନେଉନି ।