spot_img

Latest Posts

ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବାହା ହେଲେ ଅଭିନେତ୍ରୀ ଝିଲିକ୍‌

ବାଜିଲା ଡାନିଙ୍କ ଡିଜେ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। 

ଏନେଇ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସ୍ପଷ୍ଟ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହୋଇଛି। ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି। ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରୁ ବିବାହ ଫଟୋ ପୋଷ୍ଟ କରିଛନ୍ତି।

ବିବାହ ପୂର୍ବରୁ ଡାନି-ଝିଲିକଙ୍କ ସିକ୍ରେଟ୍‌ ରିଙ୍ଗ୍ ସେରିମନିର ଭିଡିଓ ଭାଇରାଲ ହେଇଥିଲା। ଏଥିରେ ଡାନି-ଝିଲିକ୍‌ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ତେବେ ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

https://www.facebook.com/nandighoshatv/videos/2609932489243327/

 

Latest Posts

Don't Miss