spot_img

Latest Posts

ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି; ଧରିଲେ ଜାଗୃତିଙ୍କ ହାତ

ନନ୍ଦିଘୋଷ ବ୍ୟୁରୋ : ଓଲିଉଡ୍ ସୁପର୍‌ଷ୍ଟାର ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତି ଶୁକ୍ଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘଦିନର ସମ୍ପର୍କ ପରେ ଉଭୟ ମଙ୍ଗଳବାର ଦିଲ୍ଲୀ ତ୍ୟାଗରାଜସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ପରିବାରବର୍ଗ ଓ କେତେଜଣ ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ମାର୍ଚ୍ଚ ୮ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ବିବାହ ଉତ୍ସବ ସମ୍ପନ୍ନ ପରେ ସାମାଜିକ ଗଣମାଧ୍ୟମରେ ଅନୁଭବ ଓ ଜାଗୃତିଙ୍କ ବିବାହ ବେଳର ଭିଡିଓ ଭାଇରାଲ ହେଉଛି ।

Latest Posts

Don't Miss