ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି

1 min read

ପୁରୀ : ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା । ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି । ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରକୁ ଟ୍ରଲର ମନା । ୭ ମାସ ମାଛ ମାରିବାକୁ ଯିବେନି ମତ୍ସଜୀବୀ । ପୁରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଗଲା କ୍ଷତିପୂରଣ । ସମୁଦ୍ର ଭିତରକୁ ୫ କିଲୋମିଟର ପର୍ଯ୍ୟନ୍ତ କେବଳ ଛୋଟ ଡ଼ଙ୍ଗା ରେ ମାଛ ମାରିବା ପାଇଁ ଅନୁମତି ରହିଥିବାବେଳେ କଇଁଛ ମାନଙ୍କର ଅଣ୍ଡାଦାନ ପକ୍ରିୟାକୁ ସୁରକ୍ଷିତ କରିବା ଲକ୍ଷ୍ଯ ଏପରି ପଦକ୍ଷେପ ନିଆଯାଇଛି  l ଏହି ସମୟରେ ମସ୍ଚ୍ୟଜୀବୀ ମାନଙ୍କୁ ୧୫ ହଜାର ଟଙ୍କା କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯିବା ସହ କଇଁଛ ସୁରକ୍ଷା ପାଇଁ ସହଯୋଗ ଲୋଡ଼ିଛି ପ୍ରଶାସନ ।

ଅଣ୍ଡାରୁ କଇଁଛ ବାହାରି ସମୁଦ୍ରକୁ ପ୍ରବେଶ କରିବା ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି  l ମେରାଇନ ପୋଲିସ, ମତ୍ସ୍ଯବିଭାଗ ସହ ମିଳିତ ଭାବେ ବନ ବିଭାଗ ପକ୍ଷରୁ ସମୁଦ୍ର ଭିତରେ ପାଟ୍ରୋଲିଂ ଜାରି ରହିଛି  l ତେବେ କିଛି ଅମାନିଆ ଟ୍ରଲର ସମୁଦ୍ର ଭିତରେ କଟକଣା ସତ୍ତ୍ବେ ବୁଲୁଥିବାକୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି l ସେପଟେ ଦିଆଯାଉଥିବା ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ମତ୍ସ୍ଯଜୀବୀ ସଙ୍ଘ ଦାବି କରିଛି  l ବିଶେଷକରି ସରକାର କଇଁଛ ମାନଙ୍କ ସୁରକ୍ଷା ପାଇଁ ଯେଉଁଭଳି ଭାବେ ଯତ୍ନବାନ ହେଉଛନ୍ତି ସମାନ ଢଙ୍ଗରେ ମତ୍ସ୍ଯଜୀବୀ ମାନଙ୍କର କ୍ଷତିକୁ ନଜରରେ ରଖି ଅଧିକ ଆର୍ଥିକରାଶି ପ୍ରଦାନ କରିବା ପାଇଁ କୁହାଯାଇଛି l ପରିବେଶ ସୁରକ୍ଷା ଓ ସମୁଦ୍ର ରେ ସନ୍ତୁଳନ ରକ୍ଷା ଦିଗରେ ଏହି କଇଁଛମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି  l