ଘରସଫା ବେଳେ ମହିଳାଙ୍କୁ ମିଳିଲା ୧୭ କୋଟିର ହୀରା
1 min readଇଂଲଣ୍ଡର ଜଣେ ବୟସ୍କ ମହିଳାଙ୍କୁ ଘରସଫେଇ କରୁଥିବା ବେଳେ ମିଳିଲା କୋଟିଏ ଟଙ୍କାର ହୀରା । ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏ ଘଟଣାଟି ପୁରାପୁରି ସତ । ଘରେ ଅଧିକ ମଇଳା ଜମିଯାଇଥିବାରୁ ମହିଳା ଜଣକ ନିଜ ଘର ସଫା କରିବାକୁ ଚିନ୍ତା କଲେ । ଘର ସଫା କରିବା ସମୟରେ ତାଙ୍କ ଘରୁ ଏକ ହୀରା ଖଣ୍ଡକ ମିଳିଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହୀରାଟିର ବଜାର ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ହୀରାଟିର ବଜାର ମୂଲ୍ୟ ଏତେ ହୋଇପାରେ ବୋଲି ମହିଳା ଜଣକ ଶୁଣିବା ପରେ ବିଶ୍ୱାସ କରିପାରିନଥିଲେ ।
ବିବସି ରିପୋର୍ଟ ଅନୁଯାୟୀ ମହିଳା ଜଣକ ନରଥମବରଲ୍ୟାଣ୍ଡର ହୋଇଥିବାବେଳେ ସେ ନିଜ ନାମ ଗୋପନୀୟ ରଖିବାକୁ କହିଛନ୍ତି । ଲଣ୍ଡନର ମାର୍କ ଲେନ ନାମକ ଜଣେ ବ୍ୟକ୍ତି ଦାମୀ ଜିନିଷର ବିକ୍ରୟ କରାଇଥାନ୍ତି । ମହିଳା ଜଣକ ଏହି ହୀରାକୁ ନେଇ ତାଙ୍କ ନିକଟକୁ ଯାଇଥିଲେ । ମାର୍କ ହୀରାଟିକୁ ୨-୩ ଦିନ ଧରି ଏକ୍ସପର୍ଟ ଦ୍ୱାରା ଯାଞ୍ଚ କରାଇଥିଲେ । ପୁରାପୁରି ଯାଞ୍ଚ କରିବା ପରେ ହୀରାଟିର ପ୍ରକୃତ ମୂଲ୍ୟ ୩୪ କୋଟି ବୋଲି ଜଣାପଡ଼ିଥିଲା । ବର୍ତ୍ତମାନ ଏହି ହୀରାଟିର ମୂଲ୍ୟ ୨ ମିଲିୟନ ଯୁରୋ ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୭ କୋଟି ।
ବୟସ୍କ ମହିଳାଙ୍କ କହିବାନୁଯାୟୀ ଏହି ହୀରା ବିଷୟରେ ତାଙ୍କର ସ୍ପଷ୍ଟ ଭାବେ ମନେନଥିବା ବେଳେ ବୋଧହୁଏ ସେ ଏହାକୁ କାର ବୁଥ୍ ସେଲ୍ ଜୁଏଲାରୀରୁ କିଣିଥିଲେ ବୋଲି କହିଛନ୍ତି । ମାତ୍ର ଏହି ହୀରାଟିର ମୂଲ୍ୟ ଏତେ ଟଙ୍କା ହୋଇଥାଇପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।