ଶୁଣିଲେନି ପଡ଼ୋଶୀ, କବର୍‌ ଖୋଳି ସାଥୀକୁ ବିଦାୟ ଦେଲେ ଅସହାୟ ବୃଦ୍ଧା

କେନ୍ଦୁଝର: ସ୍ବାମୀ ପାଇଁ କବର ଖୋଳିଲେ ସ୍ତ୍ରୀ । ଶୁଣିଲେନି ପଡ଼ୋଶୀ । ବାଧ୍ୟ ହୋଇ ନିଜର ବୃଦ୍ଧ ସ୍ବାମୀଙ୍କ ପାଇଁ ରାତିରେ କବର ଖୋଳିଲେ ଜଣେ ନିଃସନ୍ତାନ ଅସହାୟ ବୃଦ୍ଧା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ନଈ ଗାଁରେ । ସୋସିଆଲ୍ ମିଡିଆରେ ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଗାଁର ବୃଦ୍ଧ ଦମ୍ପତ୍ତି ଭଞ୍ଜ ମୁଣ୍ଡା ଓ କତି ମୁଣ୍ଡା ନିଃସନ୍ତାନ ଥିବା ବେଳେ, ଭଞ୍ଜ ମୁଣ୍ଡା ଜ୍ବରରେ ପୀଡ଼ିତ ହେବାରୁ ସ୍ତ୍ରୀ କତି ମୁଣ୍ଡା ତାଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ । ସେଠାରେ ଭଞ୍ଜ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ତେବେ ଅନ୍ତିମ ସଂସ୍କାର ପାଇଁ କେହି ସହଯୋଗ ନକରିବାରୁ ବାଧ୍ୟ ହୋଇ ନିଜ ଘର ନିକଟରେ ସ୍ତ୍ରୀ କତି ମୁଣ୍ଡା ଗାତ ଖୋଳି ଶବକୁ ସମାଧି ଦେଇଥିଲେ ।