ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି

1 min read

ଭୁବନେଶ୍ୱର: ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ରାସ୍ତାରେ ଗଡ଼ିବନି । କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସିକୁ ରାଜ୍ୟ ସରକାର ସଠିକ ଭାବରେ ଲାଗୁ କରୁଛନ୍ତି । ଆଜି ସୁଦ୍ଧା ୧୬ ଶହ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ସ୍କାର୍ପ କରିଛନ୍ତି ରାଜ୍ୟ ସରକାର । ଆଗକୁ ଧିରେଧିରେ ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କାର୍ପ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସ୍କାର୍ପ ସେଣ୍ଟର ଓ MSTC ଦ୍ବାରା ସବୁ ସରକାରୀ ଗାଡ଼ିକୁ ସ୍କାର୍ପ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଭାରତ ସରକାର ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଲୋକଙ୍କ ସୁବିଧା ଅନୁସାରେ ଧିରେଧିରେ ସବୁ ପୁରୁଣା ଗାଡ଼ି ସ୍କାର୍ପ କରାଯିବ ।

ପରିବହନ ବିଭାଗରେ ୪ ବର୍ଷ ଭିତରେ ବହୁ ବୈପ୍ଳବିକ ପରିବର୍ତ୍ତନ ଆସିଛି । RTO ଅଫିସକୁ ସଂପୂର୍ଣ୍ଣ ଡିଜିଟାଇଜେସନ କରାଯିବା ସହ ୩୧ଟି ସେବାକୁ ଅନଲାଇନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଉଛି । ନୂତନ ଭାବରେ ପ୍ରତି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୭୦ଟି ନୂଆ ବସଷ୍ଟାଣ୍ଡ କରିବାକୁ ଚିହ୍ନଟ କରାଯାଇଛି । ସେହିପରି ବାହକ, ରକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।