୭ଦିନ ହେଲା ମାଆ-ପୁଅଙ୍କୁ ଗୃହବନ୍ଦୀ ରଖିଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱରେ: ଜମିବାଡ଼ି ବିବାଦକୁ ନେଇ ରାଜଧାନୀରେ ଅଭାବନୀୟ ଘଟଣା । ନିଜ ଘରେ ବନ୍ଦୀ ହୋଇରହିଛନ୍ତି ମାଆ ପୁଅ । ୭ଦିନ ହେଲା ୭୬ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ବନ୍ଦୀ କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ସିଆରପି ଛକ ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ ପଛପଟର ଏକ ଘରେ ମାଆ ପୁଅଙ୍କୁ ବାହାରପଟୁ ତାଲା ପକାଇଦିଆଯାଇଛି । ବନ୍ଦୀ ବୃଦ୍ଧା ହେଲେ ୭୬ବର୍ଷୀୟ ଅନୁସୂୟା ମହାନ୍ତି । ସେମାନେ ରହୁଥିବା ଏକ ୩ ମହଲା କୋଠାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘର ଫାଟକରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି ।

ଘରର ପଟ୍ଟା ଅନୁସୂୟା ମହାନ୍ତି ଓ ତାଙ୍କ ସ୍ବାମୀଙ୍କ ନାଁରେ ଥିବା ବେଳେ ୪ଜଣ ବ୍ୟକ୍ତି ସମ୍ପତ୍ତି ହଡ଼ପ କରିବାକୁ ଯୋଜନା କରୁଥିବା ବୃଦ୍ଧାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏନେଇ କୋର୍ଟ ମାମଲା ମଧ୍ୟ ଚାଲିଛି । କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୋଲିସ ଘର ସମ୍ମୁଖରେ ନିୟୋଜିତ ହୋଇଛନ୍ତି । ହେଲେ ପୋଲିସକୁ ଖାତିର ନକରି କିଛି ଲୋକ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି । ପୂର୍ବରୁ ପୋଲିସ ଆସି ତାଲା ଭାଙ୍ଗିଥିଲେ ମଧ୍ୟ ଆଉ ଥରେ ତାଲା ପକାଇଦିଆଯାଇଛି । ଫଳରେ ୭ଦିନ ହେଲା ବନ୍ଦ ଘରେ ରହିଆସୁଛନ୍ତି ମାଆ ପୁଅ । ଏଭଳି ପରିସ୍ଥିତିରେ ଉଦ୍ଧାର କରିବାକୁ ପୋଲିସକୁ ନିବେଦନ କରିଛନ୍ତି ବୃଦ୍ଧା ମାଆ ।

Leave a Reply