କପଡ଼ା ଖୋଲି ମସାଜ ନେଉଥିଲେ ବୃଦ୍ଧ, ପାର୍ଲରରେ ଚାଲିଗଲା ଜୀବନ
ଥାଇଲାଣ୍ଡ: ପର୍ଯ୍ୟଟନ ଭିତ୍ତିଭୂମିରେ ଭରି ରହିଛି ଥାଇଲାଣ୍ଡ । ଏଠାକୁ ଅନ୍ୟ ଦେଶରୁ ଲୋକେ ଯେତିକି ବୁଲିବାକୁ ଆସିଥାନ୍ତି, ସ୍ୱତନ୍ତ୍ର ମସାଜ ନେବାକୁ ମଧ୍ୟ ଅଧିକ ବ୍ୟକ୍ତି ଆସିଥାନ୍ତି । ବୟସ୍କ ଠାରୁ ଯୁବକଙ୍କ ଗହଳି ଦେଖିବାକୁ ମିଳିଥାଏ । କାରଣ ଏଠାରେ ମିଳିଥାଏ ଯୁବତୀଙ୍କ ହାତରୁ ମସାଜ । ଏହି ମସାଜ ପାଇବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ଯାଇଥିବାବେଳେ ମସାଜ ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନୁା ମୁତାବକ ୭୦ ବର୍ଷୀୟ ଏହି ବୃଦ୍ଧଙ୍କ ଘର ବ୍ରିଟେନ । ଛୁଟି ବିତାଇବା ପାଇଁ ବ୍ରିଟେନରୁ ଥାଇଲାଣ୍ଡ ଯାତ୍ରା କରିଥିଲେ ଏହି ବ୍ୟକ୍ତି ଜଣଙ୍କ । କିନ୍ତୁ ଥାଇଲାଣ୍ଡରେ ମସାଜ ନେବା ପାଇଁ ଅନଲାଇନ ଜରିଆରେ ‘ହାପି ଏଣ୍ଡିଙ୍ଗ’ ମସାଜ ବୁକ କରିଥିଲେ । ନିର୍ଦ୍ଧିଷ୍ଠ ସମୟରେ ପହଁଚିବା ପରେ କପଡା ଖୋଲି ଟେବୁଲ ଉପରେ ରଖିଥିଲେ । ପରେ ଟେବୁଲ ଉପରେ ମୁହଁ ମାଡି ଯୋଇଯାଇଥିଲେ ବୃଦ୍ଧ ବ୍ୟକ୍ତି ଜଣଙ୍କ ।
ବୃଦ୍ଧ ଜଣଙ୍କ ଶୋଇଯିବା ପରେ ମସାଜ ସେଣ୍ଟରର ଜଣେ ଯୁବତୀ ତାଙ୍କୁ ସର୍ଭିସ ଦେବା ଆରମ୍ଭ କରିଥିଲେ । କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ତାଙ୍କୁ ଲେଉଟିବା ପାଇଁ କହିଲେ, କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ବୃଦ୍ଧ ଜଣଙ୍କ । ଯେତେବେଳେ ତାଙ୍କ ଛାତିରେ ହାତ ମାରିଥିଲେ, ସେତେବେଳେ ଚକିତ କଲାଭଳି ଘଟଣା ଘଟିଥିଲା । ସେ କିଛି ସମୟ ପାଇଁ ଚକିତ ହୋଇପଡିଥିଲେ । ପରେ ମେଡିକାଲ ଟିମ ଜଣାଇଥିଲା ଯେ, ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଯାଇଛି ।
ବୃଦ୍ଧଙ୍କୁ ମସାଜ ଦେଉଥିବା ଯୁବତୀଙ୍କ ନାମମିସ ଆରିଆ । ତାଙ୍କ କହିବା ମୁତାବିକ, ବୁକ କରିଥିବା ବୃଦ୍ଧ ଜଣଙ୍କ ଅପରାହ୍ନ ୩ଟା ସମୟରେ ସେଣ୍ଡରରେ ପହଁଚିଥିଲେ । ମସାଜ ନେବା ପୂର୍ବରୁ ନିଶ୍ୱାସ ନେବାରେ ସାମାନ୍ୟ ଯନ୍ତ୍ରଣା ବୃଦ୍ଧ ଜଣଙ୍କ ଅନୁଭବ କରିଥିବା କହିଛନ୍ତି । ମସାଜ ବେଳେ ଯେତେବେଳେ ଯୁବତୀ ଜଣଙ୍କ ତାଙ୍କୁ ପଚାରିଥିଲେ, କଣ ଆପଣ ଠିକ ଅଛନ୍ତି ? ସେତେବେଳେ ବୃଦ୍ଧ ଜଣଙ୍କ ଉତ୍ତର ଦେଇଥିଲେ । କିନ୍ତୁ ଏହା ପରେ ହଲଚଲ ବନ୍ଦ ହୋଇଯାଇଥିଲା । ମସାଜ କରୁଥିବା ଯୁବତୀ ଜଣଙ୍କ ପରେ ଜାଣିବାକୁ ପାଇଲେ ଯେ ତାଙ୍କର ମୃତ୍ୟୁ ହୋଇସାରିଛି । ମୃତ୍ୟୁ ହୋଇଥିବା ନେଇ ମେଡିକାଲ ଟିମ ସ୍ପଷ୍ଟ କରିଥିବାବେଳେ ପୋଲିସ ପହଁଚି ତଦନ୍ତ ଚଳାଇଛି ।