ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ: ଦୋକାନ ଓ କାର୍‌ ଜାଳିଲେ ଉତ୍ତ୍ୟକ୍ତ

1 min read

ଅନୁଗୁଳ: ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ତୁମୁଳକାଣ୍ଡ । ଦୋକାନ ଘର ଏବଂ କାର୍‌କୁ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ । ଛେଣ୍ଡିପଦା ଥାନା ୬୩ ନମ୍ୱର ରାଜ୍ୟ ରାଜପଥର ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଘଟିଥିଲା ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଏକ ଦୋକାନ ଘର ଏବଂ କାରକୁ ପୋଡ଼ି ଦେଇଥିଲେ । ଏଥିସହିତ କ୍ଷତିପୂରଣ ଦାବିରେ ମୃତକଙ୍କ ଶବକୁ ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ୱର ରାଜ୍ୟରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ । ମୃତକ ଜଣକ ହେଲେ ଗୋପିନାଥପୁର ଗ୍ରାମର ଛାଲୁ ବେହେରା ।

ଘଟଣା ଅନୁଯାୟୀ ଗୋପିନାଥପୁର ଗ୍ରାମର ଛାଲୁ ବେହେରା ପାଣି ଆଣିବା ପାଇଁ ରାସ୍ତା ପାରି ହେଉଥିବା ବେଳେ  ଛେଣ୍ତିପଦାରୁ ଅନୁଗୋଳ ଅଭିମୁଖେ ଯାଉଥିବା ସ୍କୁଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ବୃଦ୍ଧଙ୍କର ମୁଣ୍ଡଫାଟିଯିବା ସହିତ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ‍ ଦୁର୍ଘଟଣା ଘଟାଇଥିବା ସ୍କୁଟିଟି ସ୍ଥାନୀୟ ଏକ ଦୋକାନିର ହୋଇଥିବା ସନ୍ଦେହ କରି ଦୋକାନକୁ ପୋଡ଼ି ଦେବା ସହିତ କ୍ଷତିପୂରଣ ଦାବି ରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଛେଣ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟ ରାଜପଥ ଉତ୍ୟକ୍ତ ଲୋକମାନେ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିବା ସହିତ ସମ୍ପୁର୍ଣ୍ଣ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Leave a Reply