spot_img

Latest Posts

ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ

ଯୋଡ଼ା: ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ। ହାତୀପଲ, କେତେବେଳେ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡ଼ି ଦେଉଛନ୍ତି। ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି। ଗତ ରାତିରେ ପୁଣି ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି। ଚମ୍ପୁଆ ଏନଏସି, ୨ନଂ ୱାର୍ଡ, ପାଞ୍ଚ ପୋଖରୀଆ ଅଂଚଳରେ ଗୋଠ ଛଡା ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଶୋଚନୀୟ ଘଟିଛି। ମୃତକ ପାଞ୍ଚ ପୋଖରୀଆ ମୁଣ୍ଡା ସାହିର ୬୦ ବର୍ଷିୟା ରାଜେଶ୍ୱରୀ ସର୍ଦ୍ଧାର।

ଗତ ବିଳମ୍ବିତ ରାତିରେ ଶୌଚ ପାଇଁ ଅଗଣାକୁ ଯାଇଥିବା ବେଳେ, ଗୋଠ ଛଡା ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧା। ବୃଦ୍ଧାଙ୍କୁ ଟେକି କଚାଡି ଦେଇଥିଲା ଦନ୍ତା। ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା ଓ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କେନ୍ଦୁଝର ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

Latest Posts

Don't Miss