କୁଷ୍ଠ ରୋଗ ହେଲା ବୋଲି ଗାଁରୁ ତଡ଼ିଦେଲେ ଗ୍ରାମବାସୀ, ମଶାଣି ପାଲଟିଛି ଠିକଣା

Old Lady Surviving With Leprosy In Dharmagarh

ଧର୍ମଗଡ଼: ମୃତ୍ୟୁ ପରେ ମଣିଷର ଶରୀରକୁ ମଶାଣି ନିଆଯାଏ । କ୍ରିୟାକ୍ରମ କରି ଆତ୍ମାର ଶାନ୍ତି କାମନା କରାଯାଏ । ଏଠି କିନ୍ତୁ ମୃତ୍ୟୁ ପୂର୍ବରୁ ବୃଦ୍ଧାଙ୍କୁ ମଶାଣିରେ ବାକି ଜୀବନ ବଞ୍ଚିବାକୁ ଛାଡ଼ି ଦେଇଛନ୍ତି ଗ୍ରାମବାସୀ । କାରଣ ଅସହାୟ ବୃଦ୍ଧାଙ୍କୁ ହୋଇଛି କୁଷ୍ଠ ରୋଗ । କଳାହାଣ୍ଡି ଜିଲ୍ଲା ଥୁଆମୂଳା ବ୍ଲକ ଧୂଳିଗୁଡ଼ା ଗାଁରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । କୁଷ୍ଠ ରୋଗୀ ବୋଲି ନିଆଁ ପାଣି ବାସନ୍ଦ କରିବା ସହ ଗାଁ ମଶାଣିରେ ଛାଡ଼ି ଆସିଛନ୍ତି ଗାଁ ଲୋକ ।

Old Lady Surviving With Leprosy In Dharmagarh

ରୋଗ ଯେବେ ଯନ୍ତ୍ରଣା ଦିଏ । ଅହରହ କଷ୍ଟ ଦିଏ, ସେତେବେଳେ ଡାକ୍ତର ସାଜନ୍ତି ଭଗବାନ । ହେଲେ କିଏ ନେଇଯିବ ଡାକ୍ତର ପାଖକୁ । କିଏ ବୁଝିବ ବୃଦ୍ଧାଙ୍କ ଦୁଃଖ ? ନିଜର କେହି ନାହାଁନ୍ତି ବୋଲି ସମାଜ ଛାଡ଼ି ଆସିଛି ଗାଁ ମଶାଣିରେ । କୁଷ୍ଠରୋଗୀ ବୋଲି ପର କରିବା ସହ ନିଆଁ ପାଣି ବାସନ୍ଦ କରିଛନ୍ତି ଗାଁ ଲୋକେ । ଖୋଲା ଆକାଶ ତଳେ ସୋରିଷ କିଆରୀକୁ ସାଥି କରି ନିଃସଙ୍ଗ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳା ବ୍ଲକ ଧୂଳିଗୁଡା ଗାଁର ବୁଧବାରୀ ମାଝି ।

Old Lady Surviving With Leprosy In Dharmagarh

ଜୀବିତ ଅବସ୍ଥାରେ ମଶାଣିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସାହାରା ସାଜିଛନ୍ତି କିଛି ସ୍ୱେଚ୍ଛାସେବୀ । ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏସମ୍ପର୍କରେ ସ୍ଥାନୀୟ ବିଡିଓଙ୍କୁ ଜଣାଯିବା ପରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ସେ ପ୍ରତିଶ୍ରୁତ ଦେଇଛନ୍ତି ।

Leave a Reply