spot_img

Latest Posts

ଜମୁଛି ଓଳାଶୁଣୀ ଗୁମ୍ଫା ମେଳା

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା । ମାଘମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲିନ ଦିବସରୁ ଆରମ୍ଭ ହୋଇଛି ବହୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ଚଳିତ ବର୍ଷ ୧୮୮ ତମ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲିନ ଦିବସ ଅନୁଷ୍ଠିତ ହେଉଛି। ସବୁଜ ବନାନୀ ଭରା ପାହାଡର ଶୀର୍ଷରେ ଓଳାଶୁଣୀ ପୀଠରେ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥଙ୍କ ଆଗମନରେ ନାମ ସଙ୍କୀର୍ତ୍ତନରେ ଭକ୍ତିମୟ ହୋଇ ପଡିଛି ସମଗ୍ର ପରିବେଶ। ସନ୍ଥ ଅରକ୍ଷିତ ଦାସଙ୍କ ପ୍ରିୟ ଖାଦ୍ୟ ପୋଡ଼ପିଠା ଭୋଗ ଲାଗି କରାଯାଇଥାଏ। ଅରକ୍ଷିତ ଦାସଙ୍କ ପୀଠରେ ପୋଡ଼ପିଠା ଭୋଗ ଲାଗି କଲେ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଅରକ୍ଷିତ ଦାସଙ୍କୁ ଦର୍ଶନ କଲେ ଶ୍ରୀକ୍ଷେତ୍ର ଦର୍ଶନର ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ ପକ୍ଷରୁ ଓଳାଶୁଣୀ ମହୋତ୍ସବ ଉଦଘାଟିତ ହୋଇଛି । ଏଥିରେ ବହୁ ସାଧୁ ସନ୍ଥଙ୍କୁ ସମ୍ମାନିତ କରାଯାଇ ଥିଲା । ଦୀର୍ଘ ୧୦ ଦିନ ଧରି ଏହି ଓଳାଶୁଣୀ ଗୁମ୍ଫା ମେଳା ଅନୁଷ୍ଠିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆ ଯାଇଛି।

Latest Posts

Don't Miss