spot_img

Latest Posts

୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା

ନୂଆଦିଲ୍ଲୀ: ୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା । ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା । ପ୍ୟୁର୍ଟୋ ରିକୋର ସାନ ସ୍ଥିତ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଜେତା କରୋଲିନା ବାଏଲସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସୋନୀ ଏବଂ ଦ୍ୱିତୀୟ ରନର୍ ଅପ୍ ଓଲିଭିଆ ୟେସ୍ ହୋଇଛନ୍ତି  ।

ଗୁରୁବାର ଦିନ ଜାମାଇକର ଟୋନି-ଏନ୍ ସିଂହ କରୋଲିନା ବିଲାବସ୍କାଙ୍କୁ ବିଶ୍ୱ ସୁନ୍ଦରୀ ତାଜ ପିନ୍ଧାଇଛନ୍ତି। ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଥିଲେ ‘ଫେମିନା ମିସ୍‌ ଇଣ୍ଡିଆ ୱାଲ୍‌ର୍ଡ ୨୦୨୦’ ମାନସା ବାରାଣସୀ। ଶ୍ରେଷ୍ଠ ୧୩ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହିଥିଲେ ବି ମାନସା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ୬ଜଣ ଶ୍ରେଷ୍ଠ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହି ପାରି ନ ଥିଲେ।

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଅନୁଯାୟୀ, କାରୋଲିନା ବର୍ତ୍ତମାନ ମାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପଢୁଛନ୍ତି ଏବଂ ସେ ଆଗକୁ ପିଏଚଡି କରିବାକୁ ଚାହୁଁଛନ୍ତି । କରୋଲିନା  ଏକ ମଡେଲ ଭାବରେ ମଧ୍ୟ କାମ କରନ୍ତି । ଏହାସହ ତାଙ୍କୁ ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବା ଖୁବ ପସନ୍ଦ ବୋଲି ସେ କହିଛନ୍ତି ।

Latest Posts

Don't Miss