ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ

1 min read

ଭୁବନେଶ୍ୱର: ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଅନଲାଇନ୍‌ ମାଧ୍ୟମରେ କାଉନସେଲିଂ କରାଯିବ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍, ଏମ୍‌ ଆର୍କିଟେକ୍ ଏବଂ ଏମ୍‌.ପ୍ଳାନ୍ ପାଇଁ ଆରମ୍ଭ ହେବ କାଉନ୍‌ସେଲିଂ । କାଲିଠୁ ଟେକ୍ନିକାଲ ଅଣ୍ଡର ଗ୍ରାଜୁଏଟ୍‌ ପିଲାମାନଙ୍କ ପାଇଁ ବିଟେକ୍, ବି ଆର୍କିଟେକ୍, ବି.ପ୍ଳାନ୍, ବି.କ୍ୟାଟ୍ ଏବଂ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଇଁ କାଉନ୍‌ସେଲିଂ ଆରମ୍ଭ ହେବ ।

ଇଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ବେବ୍‌ସାଇଟ୍‌ www ଡଟ୍ ojee ଡଟ୍ nic ଡଟ୍ in କିମ୍ବା www ଡଟ୍ odishajee ଡଟ୍ com ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ । ଗତ ଜୁଲାଇ ୨୭ତାରିଖରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇଥିଲା । ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଆଧାରରେ ବିଭିନ୍ନ ପାଠ୍ୟକ୍ରମରେ ରାଙ୍କ ପ୍ରଦାନ କରାଯାଇଛି । ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ୫୭ ହଜାର ୮୯୮ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ । ଏଥିରୁ ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିଲେ ।