ବଦଳିଲା OJEE କାର୍ଯ୍ୟସୂଚୀ, ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ
1 min readଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିସନ୍-୨୦୨୦ (OJEE)ର କାଉନସେଲିଂ ଓ ନାମଲେଖା ତାରିଖ ପରିବର୍ତ୍ତନ ହୋଇଛି । ୨୦୨୦-୨୧ ବର୍ଷ ଲାଗି ପରିବର୍ତ୍ତିତ ତାରିଖ ଜାରି କରିଛି OJEE । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର ୫ ତାରିଖ ରାତି ୧୧ଟା ୫୯ ଯାଏ କରିହେବ । ଡିସେମ୍ବର ୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ସଂଶୋଧିତ ରାଜ୍ୟ ମେଧା ତାଲିକା । ସେହିଦିନ ସର୍ବଭାରତୀୟ ସ୍ତରରେ କୋଟା ସିଟ୍ (ଫେରସ୍ତ) କରାଯିବ ।
୯ ତାରିଖରେ ଖାଲିଥିବା ସିଟ୍ ସହ ସର୍ବଭାରତୀୟ ସ୍ତରରେ ସଂରକ୍ଷିତ ସିଟ୍ ବାବଦରେ ସୂଚନା ଦିଆଯିବ । ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଚଏସ୍ ଫିଲିଂ ଓ ଲକିଂ ନୂଆ ପଞ୍ଜିକରଣ କରିଥିବା ପରିକ୍ଷାର୍ଥୀ ଡିସେମ୍ବର ୧୦ ତାରିଖ ରାତି ୧୧ଟା ୫୯ ଯାଏ କରିପାରିବେ । ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବା ସହ ଆଲଟମେଣ୍ଟ ଲେଟର ଡାଉନଲୋଡ୍ କରିହେବ ।
ଡିସେମ୍ବର ୧୩ ତାରିଖ ସକାଳ ୧୧ଟାରୁ ୧୫ ତାରିଖ ରାତି ୧୧ଟା ୫୯ ଯାଏ ନାମଲେଖା ଦେୟ ଦେଇ ପ୍ରୋଭିଜିନାଲ ଆଡମିସନ ଲେଟର ଡାଉନଲୋଡ କରିବା ସହ ନାମଲେଖା ପ୍ରକ୍ରିୟାରୁ ଓହରି ଯାଇପାରିବେ । ୧୫ ତାରିଖ ପରେ କୌଣସି ନୂତନ ପଞ୍ଜିକରଣ ଗ୍ରହଣଯୋଗ୍ୟ ହେବ ନାହିଁ । ସିଟ୍ ବଳକା ଥିଲେ ଡିସେମ୍ବର ୨୦ ତାରିଖରେ ସ୍ପଟ୍ କାଉନସେଲିଂ ହେବ ବୋଲି OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।