spot_img

Latest Posts

ଓଜେଇଇ ରେଜଲ୍ଟ ପ୍ରକାଶିତ, ୪୭ ହଜାର ୭୨୯ ଛାତ୍ରଛାତ୍ରୀଙ୍କୁ ରାଙ୍କ

ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ପରୀକ୍ଷା ଫଳ ପ୍ରକାଶ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ । SCTE ଅଡିଟୋରିୟମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶିତ । ସୂଚନା ଅନୁଯାୟୀ, ଓଜେଇଇ ପରୀକ୍ଷା ପାଇଁ ମୋଟ ୫୭ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ ୧୨ ହଜାର ୨୨୯ ଜଣ, ଏମବିଏ ପାଇଁ ୧୦ ହଜାର ୧୬୭ ଜଣ ଆବେଦନ କରିଥିଲେ ।

ରାଜ୍ୟର ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା  । ୧୨ଟି ବୈଷୟିକ ବୃତ୍ତିଗତ ପାଠ୍ୟକ୍ରମ ଲାଗି ପ୍ରକାଶ ପାଇଛି ଫଳ । ବି-କ୍ୟାଟ, ଲି-ଟେକ, ବିଟେକ ବିଏସସି, ବି ଫାର୍ମା, ଏମବିଏ, ଏମସିଏ, ଏମଏସସି କମ୍ପ୍ୟୁଟର ସାଇନସ୍, ଇଣ୍ଟିଗ୍ରେଟେଡ ଏମବିଏ, ଲି-ଫାର୍ମା, ଏମ୍ ଫାର୍ମା, ଏମଆର୍କ, ଏମ ପ୍ଲାନ୍ ଓ ଏମଟେକ୍ ଲାଗି ହୋଇଥିବା ପ୍ରବେଶିକା ଫଳ ପ୍ରକାଶ ପାଇଛି । ରାଜ୍ୟର ୬୧ଟି କେନ୍ଦ୍ର ସହ ବାହାର ରାଜ୍ୟର ୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ୪୭ ହଜାର ୭୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪୭ ହଜାର ୭୨୯ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି ।

ବିଫାର୍ମାରେ ଅରୁପ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଲିଟେକ ଡିପ୍ଲୋମାରେ ପୃଥ୍ବୀରାଜ ଜେନା, ଲିଟେକ ବିଏସସିରେ ବୁଦ୍ଧଦେବ ପ୍ରଧାନ, ଲି-ଫାର୍ମାରେ ରାହୁଲ କୁମାର ସିଂ ଟପ୍ପର ହୋଇଛନ୍ତି । ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ, ଏମସିଏରେ ଇଶାନ୍ତ କୁମାର ନାୟକ, ଇଣ୍ଟିଗ୍ରେଟେଡ ଏମବିରେ ସୃଷ୍ଟି ସମର୍ପତିା ବେରିହା ଟପ୍ପର ହୋଇଛନ୍ତି ।

ବିକ୍ୟାଟରେ ଶାଶ୍ବତୀ ସିଦ୍ଧାର୍ଥ, ବିକ୍ୟାଟ ଫିଲ୍ମ ଏଡିଟିଂରେ ପ୍ରସନ୍ନଜିତ ସାହୁ, ଏମଫାର୍ମାରେ ସଚିନ ନାୟକ, ଏମ୍ ଆର୍କରେ ସୃଷ୍ଟି ନଙ୍ଗଳିଆ, ଏମପ୍ଲାନରେ ଦିବ୍ୟଶ୍ରୀ ମିଶ୍ର, ସିଭିଲ ଇଞ୍ଜିନିୟରିଂ ସଞ୍ଜୀବ ପ୍ରଧାନ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ ଅଧିକାରୀ, ମେକାନିକାଲ ଇଞ୍ଜିନୟରିଂରେ ରଞ୍ଜନ ଶୁଭଙ୍କର ମହାପାତ୍ର, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଏସ. ସଞ୍ଜୀବ କୁମାର ଟପ୍ପର ହୋଇଛନ୍ତି । ସେହିପରି ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିଆଲି ବେହେରା, ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ମୌସମ ଅଲ୍ଲୀ, ଏନଭରନମେଣ୍ଟାଲ ଇଞ୍ଜିନିୟରିଂରେ ଅର୍କ ଘୋଷ, ବାୟୋଟେକନୋଲୋଜିରେ ଶୁଭଶ୍ରୀ ହୋତା, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ, ଟେକ୍ସଟାଇଲ ଇଞ୍ଜିନିୟରିଂରେ ପ୍ରିୟଙ୍କା ରାୟ ଟପ୍ପର ହୋଇଛନ୍ତି ।

ଅଗଷ୍ଟ ୧୦ତାରିଖରେ କାଉନସେଲିଂ ଆରମ୍ଭ ହେବ । ସ୍ପେଶାଲ ଓଜେଇଇ ପାଇଁ ଅଗଷ୍ଟ ପହିଲାରୁ ଆବେଦନ ଆରମ୍ଭ ହେବ। ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍‌ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା ହେବ।

 

Latest Posts

Don't Miss