କୋଭିଡ କଟକଣା ମଧ୍ୟରେ ପରୀକ୍ଷା, ୧୯ ତାରିଖ ଯାଏଁ ଚାଲିବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ୧୯ ତାରିଖ ଯାଏଁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଛି । କିଭଳି ଏହି ସଂକ୍ରମଣକୁ ଆହୁରି କମାଇ ହେବ ସେନେଇ ମଧ୍ୟ ତତ୍ପର ଅଛନ୍ତି ସରକାର । କରୋନା କଟକଣା ଭିତରେ ଜେଇଇ ମେନ୍ ଢାଞ୍ଚାରେ ସଂମ୍ପୂର୍ଣ ଅନଲାଇନ୍‌ରେ ହେଉଛି ପରୀକ୍ଷା । ଦିନକୁ ମୋଟ ତିନୋଟି ସିଫ୍ଟରେ ପରୀକ୍ଷା ହେଉଛି । ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।

OJEE Exam From Tomorrow

ଚଳିତ ବର୍ଷ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ୨୧ଟି ସହରରେ ମୋଟ ୫୪ ଟି ଓ ରାଜ୍ୟ ବାହାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ପ୍ରତି ସିଫ୍ଟ ପରେ ବିଶୋଧନ କରାଯାଉଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ ମାସ୍କ, ସାନିଟାଇଜର ଓ ପାଣି ବୋତଲ ଆଣିବାକୁ କୁହାଯାଇଛି ।

Leave a Reply